ଦିଲ୍ଲୀ କର୍ତ୍ତବ୍ୟ ପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ

ରାଇଜିଂ ଉତ୍କଳ

ଆଗକୁ ଜାନୁଆରୀ ୨୬ ତଥା ସାଧାରଣତନ୍ତ୍ର ଦିବସ ଆସୁଛି | ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଚଳଚଞ୍ଚଳ ହୋଇଛି ଦିଲ୍ଲୀର କର୍ତ୍ତବ୍ୟ ପଥ | ତେବେ ଆସନ୍ତା ଜାନୁଆରୀ ୨୬ ପାଇଁ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଦେଖିବାକୁ ମିଳିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ |

ତଥ୍ୟନାନୁଯାଇ,ପ୍ରଜ୍ଞାପନ ମେଢ ପ୍ରସ୍ତୁତି ପାଇଁ ଓଡ଼ିଶାରୁ ଯାଇଥିବା ସ୍କେଚକୁ ଡିଆରଡିଓ ଓ ସଂସ୍କୃତି ବିଭାଗ ପକ୍ଷରୁ ଚୟନ କରାଯାଇଛି | ଦେଶର ବିଭିନ୍ନ ରାଜ୍ୟରୁ ଯାଇଥିବା ପ୍ରସ୍ତୁତି ଭିତରୁ ଓଡ଼ିଶା ତିନି ନମ୍ବର ସ୍ଥାନରେ ରହିଛି | ଓଡ଼ିଶାର ଏକ ଟିମ୍ ଦିଲ୍ଲୀ ଯାଇ କନସେପ୍ଟ ଓ ଲେ-ଆଉଟ ସେଠାରେ ପ୍ରଦର୍ଶନ କରିଥିଲେ | ଏହି ପ୍ରାରିପ୍ରେକ୍ଷୀରେ ବିକଶିତ ଭାରତ ସହ ମହିଳା ଶକ୍ତିକୁ ନେଇ ଏକ ଚିତ୍ରପଟ ଓଡ଼ିଶା ପକ୍ଷରୁ ପ୍ରଦର୍ଶନ କରାଯାଇଥିଲା | ଏହି କନସେପ୍ଟରେ ପ୍ରଜ୍ଞାପନ ମେଢ କରିବାକୁ ସର୍ଟଲିଷ୍ଟ କରାଯାଇଛି | ୩୦ଟି ତାଲିକା ମଧ୍ୟରୁ ୨୦ ଟି ସର୍ଟଲିଷ୍ଟ ହୋଇଥିବା ବେଳେ ସେଥିରେ ଓଡ଼ିଶାର ମେଢ଼ ରହିଛି |

ରିପୋର୍ଟ: ରାଇଜିଂ ଉତ୍କଳ

#RisingUtkal #RepublicDayParade #January26 #DelhiHighWay #OdishaAdvertisingSheep

Leave a Reply

Your email address will not be published. Required fields are marked *