ସାଥିରେ ‘ଲକ୍ଷ୍ମୀ’ ଥିଲେ, ଜୀବନ ମୂଲ୍ୟବାନ ହୋଇଯାଏ || ଚର୍ଚ୍ଚାରେ ଓଡ଼ିଶା ସରକାରଙ୍କ ପ୍ରଚାର

ଜଣେ ଉଦଯୋଗୀ ବ୍ୟକ୍ତିଙ୍କ ପଛରେ ରହିଥାଏ ଜଣେ ସଫଳ ମହିଳାଙ୍କ ହାତ। ଜୀବନର ବହୁ କ୍ଷେତ୍ରରେ ଏହାର ଉଦାହରଣ ଦେଖିବାକୁ ମିଲିଛି। ଚଳିତ ଓଡ଼ିଆଇ ବିଶ୍ଵକପ-୨୦୨୩ରେ ମଧ୍ୟ ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି। ଯାହାକୁ ନେଇ ଓଡ଼ିଶା ସରକାର କରିଛନ୍ତି ନିଜ ‘ଲକ୍ଷ୍ମୀ’ ବସ ଯୋଜନାର ପ୍ରଚାର ଓ ପ୍ରସାର। ଯାହାକି ସାଧାରଣରେ ବେଶ ଗ୍ରହଣୀୟ ହୋଇଛି।

ବୁଧବାର ବିଶ୍ୱକପ ସେମି-ଫାଇନାଲ ଅବସରରେ ଭାରତୀୟ ଖେଳାଳୀ ଯେଉଁଭଳି ପ୍ରଦର୍ଶନ କରିଥିଲେ, ତାହାର ଶ୍ରେୟ ମିଳିଥିଲା ସେମାନଙ୍କ ପତ୍ନୀଙ୍କୁ। ଏପରିକି ପ୍ରତି ମ୍ୟାଚରେ ସେମାନଙ୍କୁ ସମର୍ଥନ କରିବାକୁ ପତ୍ନୀମାନେ ଏକାଠି ହୋଇ ଗୋଟିଏ ଷ୍ଟାଡିୟମରୁ ଅନ୍ୟ ଷ୍ଟାଡିୟମ ବୁଲୁଥିବା ଦେଖାଯାଇଛି। କିଙ୍ଗ କୋହଲିଙ୍କ ପତ୍ନୀ ଅନୁଷ୍କା, ରୋହିତଙ୍କ ପତ୍ନୀ ରୀତିକା, ଜାଡ଼େଜାଙ୍କ ପତ୍ନୀ ରିଭାଭା ନିୟମିତ ପାଲଟିଛନ୍ତି ଗ୍ୟାଲେରୀର ସମର୍ଥକ। ବୁଧବାର ଯେତେବେଳେ କୋହଲି ସଚିନଙ୍କ ରେକର୍ଡ ଭାଙ୍ଗନ୍ତି, ସତେବେଳେ ଅଧିକ ଉଲ୍ଲସିତ ହୁଅନ୍ତି ଅନୁଷ୍କା, ପ୍ଲାଇଂ କିସ ବି ଦିଅନ୍ତି। ଅନ୍ୟମାନେ ବି ସମାନ ଢଙ୍ଗରେ ନିଜର ପତିଙ୍କ କୀର୍ତ୍ତିମାନକୁ ଜୋରଦାର ସମର୍ଥନ ଦିଅନ୍ତି। ଯାହାକୁ ନେଇ ଓଡ଼ିଶା ସରକାର ନିଜର ‘ଲକ୍ଷ୍ମୀ’ ବସ ଯୋଜନାର ପ୍ରଚାର ଓ ପ୍ରସାର କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଉଭୟ କୋହଲି ଓ ଅନୁଷ୍କାଙ୍କ ଫଟୋ ଦେଇ ମହିଳା ସଶକ୍ତିକରଣର ଏକ ନମୁନା ଦେଇଛନ୍ତି। ସାଙ୍ଗରେ ‘ଲକ୍ଷ୍ମୀ’ ଥିଲେ ଜୀବନ ମୂଲ୍ୟବାନ ହୋଇଥାଏ ବୋଲି ବାର୍ତ୍ତା ଦେଇଛନ୍ତି।

କଥା ଏତିକିରେ ସରିନି। ଅନୁରୂପ ବିରାଟ କୋହଲି ଓ ରବୀନ୍ଦ୍ର ଜାଡ଼େଜାଙ୍କ ଏକ ଆଲିଙ୍ଗନ ଫଟୋକୁ ମଧ୍ୟ ସେୟାର କରାଯାଇଛି। ଫଟୋରେ ଜାଡ଼େଜାଙ୍କୁ ଗ୍ରାମାଞ୍ଚଳ ଓ କୋହଲିଙ୍କୁ ସହରାଞ୍ଚଳ ଭାବେ ପ୍ରଦର୍ଶିତ କରାଯାଇଛି। ସମାନ ଭାବେ ‘ଲକ୍ଷ୍ମୀ’ ବସ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ପ୍ରତି କୋଣକୁ ଯୋଡ଼ିଥିବା ଏଥିରେ କୁହାଯାଇଛି।

ବ୍ୟୁରୋ ରିପୋର୍ଟ- ରାଇଜିଂ ଉତ୍କଳ

#odishanews #latestodishanews #amaodisha #khabarodisha #odishajobnews #odishabreakingnews #odishanewstodaylive #laccmibus #odishanewslive #liveodishanews #wolrdcup2023 #viratkohli #ravindrajadeja #anuskasharma #laccmibusscheme

Leave a Reply

Your email address will not be published. Required fields are marked *