ଇନକମ୍ ଟ୍ୟାକ୍ସ ବିଭାଗରେ ସ୍ଥାୟୀ ନିଯୁକ୍ତି; କ୍ରୀଡ଼ା କୋଟାରେ ବି ମିଳିବ ଚାକିରୀ

ରାଇଜିଂ ଉତ୍କଳ

ଇନକମ୍ ଟ୍ୟାକ୍ସ ବିଭାଗରେ ଚାକିରି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି | ତେବେ ସରକାରୀ ଚାକିରି ଖୋଜୁଥିବା ହାଇସ୍କୁଲ, ଇଣ୍ଟର ମିଡିଏଟ୍, ବିଏ, ବିଏସ୍‌ସି ପାସ ଆଶାୟୀଙ୍କ ପାଇଁ ଏହା ଏକ ଖୁସି ଖବର | ମୁମ୍ବାଇର ଇନକମ୍ ଟ୍ୟାକ୍ସ ବିଭାଗରେ ମଲ୍ଟି ଟାସ୍କିଂ ଷ୍ଟାଫ୍, ଟ୍ୟାକ୍ସ ଆସିଷ୍ଟାଣ୍ଟ, ଷ୍ଟେନୋଗ୍ରାଫର ଗ୍ରେଡ଼-୨, କ୍ୟାଣ୍ଟିନ ଆଟେଣ୍ଡାଣ୍ଟ୍‌ ଏବଂ ଇନକମ୍‌ ଟ୍ୟାକ୍ସ ଇନ୍ସପେକ୍ଟର ପଦବୀ ଖାଲି ଅଛି | ବିଭାଗରେ ଏହି ନିଯୁକ୍ତି କ୍ରୀଡ଼ା କୋଟା ଅନୁଯାୟୀ କରାଯିବ |

ଇନକମ୍ ଟ୍ୟାକ୍ସ ବିଭାଗରେ ସରକାରୀ ଚାକିରି ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ଏହାକୁ ଅନଲାଇନରେ ଆବେଦନ କରିପାରିବେ | ଏନେଇ ଏହାର ସରକାରୀ ୱେବସାଇଟ୍ https://www.incometaxmumbai.gov.in/ କୁ ଯାଇ ଆବେଦନ କରିପାରିବେ | ଯଦି ପ୍ରାର୍ଥୀ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ Income Tax Recruitment 2024 Notification ରେ କ୍ଲିକ୍ କରି ମଧ୍ୟ ଦେଖିପାରିବେ |

ଏନେଇ ଅନ୍‌ଲାଇନ୍ ଆବେଦନ ତାରିଖ ୨୨ ଡିସେମ୍ବର ୨୦୨୩ ରହିଥିଲା ବେଳେ ଆବେଦନର ଶେଷ ତାରିଖ ୧୯ ଜାନୁଆରୀ ୨୦୨୪ ରହିଛି | ତେବେ ଏଥିରେ ଖାଲିଥିବା ପଦବୀଗୁଡ଼ିକ ହେଉଛି; ମଲ୍ଟି ଟାସ୍କିଂ ଷ୍ଟାଫ୍ ପାଇଁ ୧୩୭ଟି ପୋଷ୍ଟ୍, ଟ୍ୟାକ୍ସ ଆସିଷ୍ଟାଣ୍ଟ ପାଇଁ ୧୧୯ଟି ପୋଷ୍ଟ୍, ଷ୍ଟେନୋଗ୍ରାଫର ଗ୍ରେଡ଼-୨ ପାଇଁ ୧୮ଟି ପୋଷ୍ଟ୍, କ୍ୟାଣ୍ଟିନ ଆଟେଣ୍ଡାଣ୍ଟ୍ ପାଇଁ ୩ଟି ପୋଷ୍ଟ୍ ଓ ଇନକମ୍‌ ଟ୍ୟାକ୍ସ ଇନ୍ସପେକ୍ଟର ପାଇଁ ୧୪ଟି ପୋଷ୍ଟ୍ | ମୋଟ୍ ପଦବୀ ସଂଖ୍ୟା ୨୯୧ଟି | ଏହାର ବୟସ ସୀମା ସର୍ବନିମ୍ନ ୧୮ ବର୍ଷ ଓ ସର୍ବାଧିକ ବୟସ ୨୫ ଏବଂ ୨୮ ବର୍ଷ ରହିଛି | ତେବେ ବଡ଼ କଥା ହେଉଛି ଶିକ୍ଷାଗତ ଯୋଗ୍ୟତା ପାଇଁ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଷୟରେ ଦଶମ କିମ୍ବା ଦ୍ୱାଦଶ ଏବଂ ଡିଗ୍ରୀ ପ୍ରାର୍ଥୀଙ୍କ ପାଖରେ ନିଶ୍ଚିତ ଭାବରେ କ୍ରୀଡ଼ା ସାର୍ଟିଫିକେଟ୍ ରହିଥିଲେ ଆବେଦନ କରିପାରିବେ | ସବିଶେଷ ତଥ୍ୟ ନେଇ ବିଭାଗର ଉପରୋକ୍ତ ଅଫିସିଆଲ ଲିଙ୍କରେ କ୍ଲିକ କରନ୍ତୁ |

ରିପୋର୍ଟ: ରାଇଜିଂ ଉତ୍କଳ

Tags: #RisingUtkal #risingutkal #IncomeTaxSportsQuotaRecruitment2023 #IncomeTaxSportsQuotaRecruitment2023FormFillUp #IncomeTaxRecruitment2023

Leave a Reply

Your email address will not be published. Required fields are marked *