ପିଛା ଛାଡ଼ୁନି କରୋନା; ଓଡ଼ିଶାର ଆଉ ୨ ପଜିଟିଭ୍

ରାଇଜିଂ ଉତ୍କଳ

ପୁଣି ଓଡିଶା ଫେରିଛି କରୋନା | ରାଜ୍ଯରେ ଆଜି ଆଉ ୨ଜଣ କରୋନା ପଜିଟିଭ | ଏହାକୁ ନେଇ ସପ୍ତାହକ ମଧ୍ୟରେ ୫ କରୋନା ଆକ୍ରାନ୍ତ ଚିହ୍ନଟ |ଦେଶରେ ୪ ହଜାର ଟପିଲାଣି କରୋନା ସଂକ୍ରମଣ |
କର୍ଣ୍ଣାଟକରେ ଫେରିଲା କଟକଣା |ସଂକ୍ରମିତଙ୍କ ପାଇଁ ୭ ଦିନ ଆଇସୋଲେସନ ବାଧ୍ୟତାମୂଳକ |

ସୂଚନାନୁସାରେ,ଆଜି ଆଉ ୨ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି | ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୫ରେ ପହଞ୍ଚିଛି | କୋଭିଡର ନୂଆ ଭାରିଆଣ୍ଟ JN.1ର ସଂକ୍ରମଣ ବଢ଼ିବା ପରେ ରାଜ୍ୟରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ଚିହ୍ନଟ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି| ରାଜ୍ଯରେ ଜଣେ ପରେ ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ମାସ୍କ ପିନ୍ଧିବାକୁ ପ୍ରସ୍ତାବ ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ |ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତଙ୍କୁ ବାହାରକୁ ଗଲେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ |

ରିପୋର୍ଟ: ରାଇଜିଂ ଉତ୍କଳ

Leave a Reply

Your email address will not be published. Required fields are marked *