ଟ୍ରମ୍ପଙ୍କ ପାଇଁ ବଢ଼ିଲା ଅଡୁଆ, ଲଢ଼ି ପାରିବେନି ରାଷ୍ଟ୍ରପତି ନିର୍ବାଚନ!

ରାଇଜିଂ ଉତ୍କଳ

ରାଷ୍ଟ୍ରପତି ନିର୍ବାଚନ ନେଇ ଡୋନାଲଡ଼ ଟ୍ରମ୍ପଙ୍କୁ ବଡ ଝଟକା | ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୪ ଲଢ଼ି ପାରିବେନି ପୂର୍ବତନ ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ | କ୍ୟାପିଟାଲ ହିଂସା ମାମଲାରେ ତାଙ୍କୁ ରାଷ୍ଟ୍ରପତି ପଦ ପାଇଁ ଅଯୋଗ୍ୟ ବିବେଚିତ କରିଛି କୋଲୋରାଡୋ କୋର୍ଟ |

ସୂଚନାନୁସାରେ, ୨୦୨୦ ମସିହା ନଭେମ୍ବରରେ ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକାର ନିର୍ବାଚନରେ ଟ୍ରମ୍ପ ରାଷ୍ଟ୍ରପତି ପଦ ହରାଇଥିଲେ | ମାତ୍ର ସେ ନିଜର ହାର ସ୍ୱୀକାର ନକରି ବରଂ ସମଗ୍ର ଦେଶରେ ସେ ଜିତି ଥିବାର ନେଇ ମିଥ୍ୟା ପ୍ରଚାର କରାଇଥିଲେ | ପରେ ୨୦୨୧ ଜାନୁୟାରୀରେ ଟ୍ରମ୍ପଙ୍କ ସମର୍ଥକ ମାନେ ହ୍ୱାଇଟ ହାଉସରେ ପଶି ଭଙ୍ଗାରୁଜା କରିବା ସହ ନିର୍ବାଚନ ଅଧିକାରୀଙ୍କ ଉପରେ ଆକ୍ରମଣ ମଧ୍ୟ କରିଥିଲେ | ତେବେ ଏପରି ବ୍ୟାପକ ହିଂସାକୁ ଉସୁକାଇବା ଅଭିଯୋଗରେ ଟ୍ରମ୍ପଙ୍କୁ ପଡିଛି ମହଙ୍ଗା |

ଆମେରିକୀୟ ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନ ଧାରା ୩ ଅନୁସାରେ ପୂର୍ବତନ ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ ଘୋଷଣା କରିଛି କୋର୍ଟ | ଆମେରିକା ଇତିହାସରେ ଏହା ପ୍ରଥମ ଘଟଣା | ତେବେ ଏନେଇ କୋଲୋରାଡୋ କୋର୍ଟର ରାୟକୁ ଚାଲେଞ୍ଜ କରି ଉପର ଅଦାଲତର ଦ୍ୱାରସ୍ଥ ହୋଇପାରନ୍ତି ଟ୍ରମ୍ପ |

ବ୍ୟୁରୋ ରିପୋର୍ଟ: ରାଇଜିଂ ଉତ୍କଳ

Tags: #risingutkal #RisingUtkal #donaldtrump #trump #donaldtrumplatestnews #donaldtrumpnews #presidenttrump

Leave a Reply

Your email address will not be published. Required fields are marked *