କଳିଙ୍ଗ ଷ୍ଟାଡିୟମ ସାମ୍ନାରେ ବଡ଼ ଅଗ୍ନିକାଣ୍ଡ, ଭେଣ୍ଡିଂ ଜୋନର ୧୧ ଦୋକାନ ଭସ୍ମିଭୂତ

ରାଇଜିଂ ଉତ୍କଳ

ଭୁବନେଶ୍ୱର,୨୦|୧୨: ଭେଣ୍ଡିଂ ଜୋନରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତି | ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ନିକଟ ଭେଣ୍ଡିଂ ଜୋନରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ବଡ଼ ଅଗ୍ନିକାଣ୍ଡ | ଷ୍ଟାଡିୟମ୍ ମୁଖ୍ୟ ଫାଟକ ସାମ୍ନା ଭେଣ୍ଡିଂ ଜୋନରେ ନିଆଁ ଲାଗି ଜଳିଯାଇଛି ପ୍ରାୟ ୧୧ ଟି ଦୋକାନ | ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଛି |

ସୂଚନାନୁଯାୟୀ,ଗତକାଲି ବିଳମ୍ବିତ ରାତିରେ ଭେଣ୍ଡିଂ ଜୋନରେ ଏକ ଦୋକାନରେ ନିଆଁ ଲାଗିଯାଇଥିଲା | ପରେ ଏହା ଗୋଟିଏ ପରେ ଗୋଟିଏ ଦୋକାନକୁ ବ୍ୟାପି ଯାଇଥିଲା | ନିଆଁର ପ୍ରକୋପ ଏତେ ଭୟବହ ଥିଲା ଯେ, ଦୋକାନରୁ ସାମଗ୍ରୀ ବାହାର କରିବା କଷ୍ଟକର ଥିଲା | ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ନଷ୍ଟ ହୋଇଯାଇଛି | ଅଧିକ ଧୂଆଁ ନିର୍ଗତ ହେଉଥିବାରୁ ଅଗ୍ନିଶମ ବାହିନୀକୁ ନିଆଁ ଲିଭାଇବାରେ କଷ୍ଟକର ହୋଇଥିଲା | ଦୀର୍ଘ ସମୟର ପରିଶ୍ରମ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା | ତେବେ ଦୋକାନରେ କିପରି ନିଆଁ ଲାଗିଲା ତାହାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିଲା ବେଳେ ସର୍ଟସର୍କିଟରୁ ହୋଇଥିବାର ସନ୍ଦେହ କରାଯାଉଛି |

ରିପୋର୍ଟ: ପୂଜା ରାଣୀ ଦାସ
ରାଇଜିଂ ଉତ୍କଳ

Tags: #RisingUtkal #risingutkal #Fire #FireExplusion #KalingaStadium #VendingZone

Leave a Reply

Your email address will not be published. Required fields are marked *