ମଧ୍ୟପ୍ରଦେଶ ବିଧାନସଭାରେ ଆରମ୍ଭରୁ ବିବାଦ: ନେହେରୁଙ୍କ ସ୍ଥାନରେ ଆମ୍ବେଦକରଙ୍କ ଫଟୋକୁ ନେଇ ତାତିଲା କଂଗ୍ରେସ

ରାଇଜିଂ ଉତ୍କଳ

ମଧ୍ୟପ୍ରଦେଶରେ ନିର୍ବାଚନ ସରିବା ପରେ ସୋମବାର ଠାରୁ ୧୬ତମ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି | ମାତ୍ର ଅଧିବେଶନ ଆରମ୍ଭରୁ ଗୃହରେ ବିବାଦ ଦେଖାଦେଇଛି | ଗୃହରେ ବାଚସ୍ପତିଙ୍କ ଚେୟାର ପଛପଟେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଜବାହରଲାଲ ନେହେରୁଙ୍କ ଫଟୋ ହଟାଯାଇ ଡ. ବି.ଆର. ଆମ୍ବେଦକରଙ୍କ ଫଟୋ ଲଗାଯିବାକୁ ନେଇ ବିବାଦ ସୃଷ୍ଟି ହୋଇଛି |

ବାଚସ୍ପତିଙ୍କ ଚେୟାରର ଦୁଇ ପାର୍ଶ୍ୱରେ ମହାତ୍ମା ଗାନ୍ଧୀ ଓ ଜବାହରଲାଲ ନେହେରୁଙ୍କ ଫଟୋ ଲଗାଯାଇଥିଲା | ତେବେ ପୂର୍ବରୁ ଲାଗିଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଏ ପର୍ଯ୍ୟନ୍ତ ସମାନ ସ୍ଥାନରେ ରହିଥିବା ବେଳ ନେହେରୁଙ୍କ ଫଟୋକୁ କାହିଁକି କଢ଼ାଯାଇଛି, ଏନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ |

ଏପରି ପରିବର୍ତ୍ତନକୁ କଡ଼ା ବିରୋଧ କରିଛନ୍ତି କଂଗ୍ରେସ ନେତାମାନେ | ପୁଣି ଥରେ ସେଠାରେ ଫଟୋ ଲଗାଇବାକୁ ଦାବି କରିଛନ୍ତି | ଏହାଛଡ଼ା ଯଦି ଫଟୋଟି ପୂର୍ବ ଭଳି ସେହି ସ୍ଥାନରେ ଲଗାନଯାଏ ତେବେ କଂଗ୍ରେସ ବିଧାୟକମାନେ ନିଜେ ସେଠାରେ ଫଟୋ ଲଗାଇବାର ଚେତାବନୀ ଦେଇଛନ୍ତି |

ରିପୋର୍ଟ: ରାଇଜିଂ ଉତ୍କଳ

Tags: #RisingUtkal #risingutkal.in #uttarpradesh #uttarpradeshassemblyelections #uttarpradeshassembly #uttarpradeshelections #uttarpradeshassemblyelection

Leave a Reply

Your email address will not be published. Required fields are marked *