ଆଗକୁ ଟାର୍ଗେଟରେ କେଉଁ ଟିମ୍?
ଚଳିତ ଦିନିକିଆ ବିଶ୍ବକପରେ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛି ଭାରତୀୟ ଟିମ୍ । ରୋହିତ ଶର୍ମାଙ୍କ ନେତୃତ୍ବରେ ଟିମଇଣ୍ଡିଆ ନ୍ୟୁଜିଲାଣ୍ଡକୁ ରୋମାଞ୍ଚକର ମୁକାବିଲାରେ ପରାସ୍ତ କରି କ୍ରମାଗତ ପଞ୍ଚମ ବିଜୟ ହାସଲ କରିଛି । ୨୦୨୩ ଦିନିକିଆ ବିଶ୍ବକପରେ ଭାରତ ଏବେ ୫ ମ୍ୟାଚରୁ ୫ ବିଜୟ ସହିତ ୧୦ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି । ରନ୍ ରେଟ୍ ମଧ୍ୟ ପ୍ଲସ୍ ରହିଛି । ଲଗାତର ୫ ବିଜୟରୁ ୧୦ ପଏଣ୍ଟ ସହିତ ଭାରତର ବିଶ୍ବକପ ସେମି ଫାଇନାଲ ରାସ୍ତା ଏକ ପ୍ରକାର ସଫା । ଆଉ ଗୋଟିଏ ବିଜୟ ପରେ ଭାରତ ସେମି ଯୋଗ୍ୟତା ପୁରା ହାସଲ କରିନେବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି ।
ଆଗକୁ ଟାର୍ଗେଟରେ କେଉଁ ଟିମ୍?
ଶକ୍ତିଶାଳୀ ନ୍ୟୁଜିଲାଣ୍ଡକୁ ହରାଇବା ପରେ ଟିମ ଇଣ୍ଡିଆର ଆଗାମୀ ଟାର୍ଗେଟକୁ ନେଇ ଆଲୋଚନା ଆରମ୍ଭ ହୋଇଛି | ତେବେ ଭାରତର ଆଗାମୀ ମ୍ୟାଚ ବିଶ୍ବକପରେ ଦୟନୀୟ ପ୍ରଦର୍ଶନ କରୁଥିବା ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡ ସହିତ ରହିଛି ।
ଭାରତ-ଇଂଲଣ୍ଡ ବିଶ୍ବକପ ମୁକାବିଲା ଅକ୍ଟୋବର ୨୯ରେ ଲକ୍ଷ୍ମୌ ଠାରେ ଆୟୋଜିତ ହେବ | ତେବେ ଇଂଲଣ୍ଡ ମ୍ୟାଚ ଆଗରୁ ଭାରତୀୟ ଦଳକୁ ପ୍ରାୟ ଏକ ସପ୍ତାହର ଛୁଟି ମିଳିବ । ଏହି ସମୟରେ ଲଗାତର ୫ ମ୍ୟାଚ୍ ଖେଳିଥିବା ଭାରତୀୟ ଖେଳାଳି ନିଜକୁ ବିଶ୍ରାମ ଦେବେ । ଜିମ୍ ଓ ବଡି ମସାଜ ସହ ଆଗାମୀ ମ୍ୟାଚ ପାଇଁ ପ୍ରସ୍ତୁତ କରିବେ । ଏହି ସମୟ ବେଳକୁ ଭାରତୀୟ ଦଳର ଆହତ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ସୁସ୍ଥ ହୋଇ ଟିମ ସହିତ ଯୋଗ ଦେଇଥିଲେ । ଫଳରେ ଆଗାମୀ ମ୍ୟାଚରେ ମଧ୍ୟ ଟିମ୍ ଇଣ୍ଡିଆ ଦମଦାର ପ୍ରଦର୍ଶନ କରିବ ବୋଲି କୁହାଯାଉଛି |
ଉପସ୍ଥାପନା: ରାଇଜିଂ ଉତ୍କଳ
ସମସ୍ତ ମ୍ୟାଚରେ ବିଜୟ ପରେ ବିଶ୍ବକପ୍ ସେମିରେ ଟିମ୍ ଇଣ୍ଡିଆ

