ଚଳିତ ଓଡ଼ିଆଇ ବିଶ୍ୱପକପ୍-୨୦୨୩ ଫାଇନାଲରେ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଥିଲା | ମ୍ୟାଚ ଚାଲିଥିବା ବେଳେ ସୁରକ୍ଷା ବଳୟ ଭାଙ୍ଗି ଷ୍ଟାଡିୟମ ଭିତରକୁ ପଶିଥିଲେ ଜଣେ ଅଷ୍ଟ୍ରେଲିୟା ଯୁବକ | ତେବେ ନିୟମ ଭାଙ୍ଗିଥିବାରୁ ସମ୍ପୃକ୍ତ ଯୁବକ ବେନ ଜନସନଙ୍କୁ ୧୦ ହଜାର ଆମେରେକୀୟ ଡଲାରର ପୁରସ୍କାର ରାଶି ଘୋଷଣା କରାଯାଇଛି | ଖଲିସ୍ତାନ ସମର୍ଥକ ଗୋଷ୍ଠୀ (ଏସଜେଏଫ୍) ଏହି ପୁରସ୍କାର ଘୋଷଣା କରିଛି |

ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଚାଲିଥାଏ | ଏହି ସମୟରେ ବେନ ପଡ଼ିଆ ଭିତରକୁ ପଶିବା ସହ ବିରାଟ କୋହଲିଙ୍କ କାନ୍ଧରେ ହାତ ପକାଇଥିଲେ | ଏନେଇ କିଛି ସମୟ ପର୍ଯ୍ୟନ୍ତ ଖେଳ ବନ୍ଦ ରହିଥିଲା | ପରେ ତାଙ୍କୁ ପୋଲିସ ହେପାଜତକୁ ତାଙ୍କୁ ନିଆଯାଇଥିଲା | ତେବେ ଏହା ଗୁରୁପନ୍ତ ସିଂ ପନ୍ନୁ ଏବଂ ତାଙ୍କ ସଂଗଠନର ଏକ କୁଟ ଚକ୍ରାନ୍ତ ବୋଲି ଭାରତୀୟ ଗୁପ୍ତଚର ସୂତ୍ରରୁ ଜଣା ପଡ଼ିଥିବା କୁହାଯାଉଛି | ଭାରତରେ ଗୁରୁବନ୍ତ ସିଂ ପନ୍ନୁଙ୍କୁ ଆତଙ୍କବାଦୀଭାବେ ଘୋଷଣା କରାଯାଇଛି | ସେ ଏବେ କାନାଡ଼ାରେ ରହୁଥିବା ବେଳେ ଭାରତକୁ ହରାଇବା ପାଇଁ ଜାଣିଶୁଣି ଏଭଳି କାଣ୍ଡ ଭିଆଉଥିବା କୁହାଯାଉଛି |

ଅପରପକ୍ଷେ, କୋହଲିଙ୍କୁ ଭେଟିବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିବା ବେନ କହିଛନ୍ତି | ତେବେ ସେ ନିଜକୁ ଜଣେ ପାଲେଷ୍ଟାଇନ୍ ସମର୍ଥକ, ତେଣୁ ଫ୍ରି ପାଲେଷ୍ଟାଇ ଟି-ସାର୍ଟ ପିନ୍ଧି ପଡ଼ିଆ ଭିତରେ ପଶିଥିଲେ ବୋଲି କହିଛନ୍ତି | ତେବେ ଜଣେ ବିଦେଶୀ ନାଗରିକ ହୋଇ ଫାଇନାଲ ମ୍ୟାଚରେ ସୁରକ୍ଷା ବଳୟ ଭାଙ୍ଗି ଖେଳାଳିଙ୍କ କାନ୍ଧରେ ହାତ ପକାଇବା ଘଟଣା ଖେଳାଳୀଙ୍କ ସୁରକ୍ଷା ବ୍ୟବସ୍ଥାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ତାଙ୍କ ବିରୋଧରେ କେଉଁ କାର୍ଯ୍ୟାନୁଷ୍ଠାନ ନିଆଯିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି |
ରିପୋର୍ଟ: ରାଇଜିଂ ଉତ୍କଳ

