ଓଡ଼ିଶା ମୟୁରଭଞ୍ଜ ମାଟିର ପୁଅ ତଥା ଭାରତ ସରକାରଙ୍କ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ଗିରିଶ ଚନ୍ଦ୍ର ମୁର୍ମୁ ଜାତିସଂଘର ଆଭ୍ୟନ୍ତରୀଣ ସମୀକ୍ଷକ ସମିତିର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି | ଶ୍ରୀ ମୁର୍ମୁଙ୍କ ଏହି ନିର୍ବାଚନ ଭାରତର ଆଭ୍ୟନ୍ତରୀଣ ଅଡିଟ୍ ପ୍ରତି ରହିଥିବା ପ୍ରତିଶ୍ରୁତିବଦ୍ଧତାକୁ ପୁଣିଥରେ ଦୋହରାଇଛି |

ପ୍ରକାଶ ଥାଉକି, ଗତ ନଭେମ୍ବର ୨୦ ଓ ୨୧ ତାରିଖରେ ନ୍ୟୁୟର୍କ ସ୍ଥିତ ଜାତିସଂଘ ମୁଖ୍ୟାଳୟରେ ୬୩ତମ ଆଭ୍ୟନ୍ତରୀଣ ସମୀକ୍ଷକ ସମିତି ଅନୁଷ୍ଠିତ ହୋଇଥିଲା | ଏହି ପରିପ୍ରେକ୍ଷୀରେ ଶ୍ରୀ ମୁର୍ମୁ ଯୋଗ ଦେଇଥିଲେ | ତାଙ୍କ ସହ ବିଶ୍ବର ୧୨ଟି ପ୍ରମୁଖ ସମୀକ୍ଷା ଅନୁଷ୍ଠାନର ମୁଖ୍ୟମାନେ ଯୋଗ ଦେଇଥିଲେ ମଧ୍ୟ ଶ୍ରୀ ମୁର୍ମୁ ଏହି ପଦ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି |
ରିପୋର୍ଟ: ରାଇଜିଂ ଉତ୍କଳ

