ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ ଗୌରବ ଶ୍ରେଷ୍ଠ || ବଖାଣିଲେ ସ୍ୱଳ୍ପ ସଂଚୟର ଗୁରୁତ୍ୱ

ବାଲେଶ୍ଵର,୨୩|୧୧: ଜିଲ୍ଲାସ୍ତରୀୟ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ ଫକୀର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଗୌରବ ପାଣିଗ୍ରାହୀ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି | ଏନେଇ ବାଲେଶ୍ଵର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ଶିନ୍ଦେ ଗୌରବଙ୍କୁ ପୁରସ୍କାର ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି |

ବାଲେଶ୍ୱର ଜିଲ୍ଲା ପ୍ରଶାସନ ଦ୍ବାରା ସଦଭାବନା ଗୃହରେ “ସ୍ୱଳ୍ପ ସଞ୍ଚୟର ଗୁରୁତ୍ଵ” ଶୀର୍ଷକରେ ଜିଲ୍ଲାସ୍ତରୀୟ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା | ଏଥିରେ ଗୌରବ ନିଜର ଦକ୍ଷତା ପ୍ରତିପାଦନ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି | ରାଜ୍ୟସ୍ତରୀୟ ପ୍ରତିଯୋଗିତା ନେଇ ଚୟିତ ହୋଇଛନ୍ତି | ସେ ହେଉଛନ୍ତି ଏଫଏମ କଲେଜ +୨ ପ୍ରଥମ ବର୍ଷ କଳା ବିଭାଗର ଛାତ୍ର | ତେବେ ଗୌରବଙ୍କ ସଫଳତା ନେଇ କଲେଜ କର୍ତୃପକ୍ଷ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି | ମହାବିଦ୍ୟାଳୟର ଅଧକ୍ଷ ପ୍ରଦୀପ କୁମାର ରଣା ଉପସ୍ଥିତ ରହି ଶୁଭେଚ୍ଛା ଜଣାଇବା ସହ ଉତରୋତ୍ତର ଉନ୍ନତି କାମନା କରିଛନ୍ତି | ଅନୁରୂପ ଉପାଧ୍ୟକ୍ଷ ଡ. ସନ୍ତୋଷ କୁମାର ରାଉତ, ପ୍ରଶାସନିକ ଅଧିକାରୀ ଡ. ଭାଗବତ ଭୂୟାଁ, ଆକାଡେମିକ ବର୍ଷାର ସୋନାଲିସା ମହାନ୍ତି, ପରୀକ୍ଷା ନିୟନ୍ତ୍ରକ ଡ. ଅଞ୍ଜନା ବେହେରା, ଅଧ୍ୟାପିକା ପ୍ରିୟଙ୍କା ପତି, ମିତାଲି ରାଉତରାୟ, ଅନୁପମା ବେହେରା, ଶ୍ରଦ୍ଧାଞ୍ଜଳି ପଣ୍ଡା, ଏସଏସ ସାହୁଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ଶୁଭେଚ୍ଛା ଜଣାଇଛନ୍ତି |

ରିପୋର୍ଟ: ରାଇଜିଂ ଉତ୍କଳ

Leave a Reply

Your email address will not be published. Required fields are marked *