ସୁଜାତା କାର୍ତ୍ତିକେୟନ୍‌ଙ୍କୁ ଅତିରିକ୍ତ ଦାୟିତ୍ୱ || ବୁଝିବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ

ଭୁବନେଶ୍ୱର,୨୨|୧୧: ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ କମିଶନର ତଥା ସେକ୍ରେଟାରୀ ଆଇଏଏସ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ବୁଧବାର ଅତିରିକ୍ତ ଦାୟିତ୍ୱ ମିଳିଛି | ଏବେ ମିଶନ ଶକ୍ତି ସମେତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ସଚିବ ଭାବେ ସେ ଦାୟିତ୍ୱ ତୁଲାଇବେ | ଚିଠି ସଂଖ୍ୟା ୩୪୫୮୭ ଜରିଆରେ ଶ୍ରୀମତୀ ପାଣ୍ଡିଆନଙ୍କୁ ଏହି ଦାୟିତ୍ୱ ମିଳିଥିବା ଉଲ୍ଲେଖ ରହିଛି |

ପ୍ରକାଶ ଥାଉ କି, ସୁଜାତା ହେଉଛନ୍ତି ନିକଟରେ ନିକଟରେ ଆଇଏଏସ ଚାକିରୀରୁ ସ୍ବେଛାକୃତ ଅବସର ନେଇଥିବା ତଥା ବର୍ତ୍ତମାନର “ଆମ ଓଡ଼ିଶା, ନବୀନ ଓଡ଼ିଶାର ଅଧ୍ୟକ୍ଷ” ଶ୍ରୀ ଭି.କେ. ପାଣ୍ଡିଆନଙ୍କ ପତ୍ନୀ |

ରିପୋର୍ଟ: ରାଇଜିଂ ଉତ୍କଳ

Leave a Reply

Your email address will not be published. Required fields are marked *