ଲୋକଙ୍କ କଥା କହିବ କିଏ ?

ଶୁଭଙ୍କର ଜେନା ସାମ୍ୱାଦିକ

ରାଇଜିଂ ଉତ୍କଳ

ଆମର ଏଠାରେ ଗଣତନ୍ତ୍ର ଅଛି, ନିର୍ବାଚିତ ସରକାର, କାର୍ଯ୍ୟାପାଳିକା, ବ୍ୟବସ୍ଥାପିକା ଓ ନ୍ୟାୟପାଳିକା ତା କାର୍ଯ୍ୟ କରୁଛି, ୱାଚଡଗ୍ ବା ଜାଗ୍ରତ ପ୍ରହରି ନାମରେ ଗଣମାଧ୍ୟମ ରହିଛି। ତେବେ ଅସୁବିଧା କ’ଣ? ଏହାର ଅର୍ଥ ହେଉଛି ଏଠାରେ ସମସ୍ତେ ସରକାରଙ୍କ ଭାଷା କହୁଛନ୍ତି। ଯେତେବେଳେକି ଏହା ‘ଜନସାଧାରଣ’ଙ୍କ ସ୍ୱର ହେବା ଉଚିତ୍। ହେଲେ ଅଧିକାଂଶ ସଂସ୍ଥା ଏଠି ଜନସାଧାରଣଙ୍କ ସ୍ୱାର୍ଥକୁ ସମର୍ଥନ କରନ୍ତି ନାହିଁ ସେମାନେ କେବଳ ସରକାରଙ୍କୁ ସମର୍ଥନ କରନ୍ତି। ସରକାରଙ୍କୁ ବଞ୍ଚାଇବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥାନ୍ତି। ଏହାପରେ ବି ଜନସାଧାରଣ ସେମାନଙ୍କୁ ଦେଉଥିବା ଦରମା ସେମାନଙ୍କ ପେଟ ପୂରଣ କରେନାହିଁ। ଲୋକମାନେ ଏଠି ଭୋକିଲା ଶୋଇ ଦରମା ଦେଉଛନ୍ତି। ହେଲେ ସେମାନଙ୍କ ପାଉଁ ସ୍ୱର କେହି ଉଠାନ୍ତି ନାହିଁ। ଆମର ଲୋକମାନେ କେବଳ କ୍ଷମତାରେ ଥିବା ଲୋକଙ୍କୁ ଖୁସି ରଖିବା ଉପରେ ସେମାନଙ୍କର ଧ୍ୟାନ ରହିଥାଏ।

ଶାସକ ଅଜ୍ଞ, ଅନଭିଜ୍ଞ, ଅପରାଧୀ କିମ୍ବା ଦୁର୍ନୀତିଗ୍ରସ୍ତ ହୋଇପାରେ। ବର୍ତ୍ତମାନ ତ ବ୍ୟବସ୍ଥାପିକା ନିଜେ କାର୍ଯ୍ୟାପାଳିକା ଏବଂ ନ୍ୟାୟପାଳିକା ଉପରେ ଭାରି ପଡ଼ୁଛି। ଉଭୟ ନିଜ ନିଜ କାରଣରୁ ସ୍ୱାଧୀନତା ହରାଇଛନ୍ତି। ଏଠାରୁ ଆରମ୍ଭ ହୁଏ ଗଣତନ୍ତ୍ରର ଅବନତିର କାହାଣୀ । ଲୋକମାନେ ମଧ୍ୟ ଅଦୃଶ୍ୟ ହୋଇଗଲେ ଏବଂ ଜାଗ୍ରତ ପ୍ରହରିମାନେ ମଧ୍ୟ ଚୁପ୍ ରହିଲେ! କିନ୍ତୁ କେତେ ପରିମାଣରେ? ଗତ ବିଧାନସଭା ନିର୍ବାଚନରେ ​​ମଧ୍ୟପ୍ରଦେଶର ଇନ୍ଦୋର -3 ଅଞ୍ଚଳରେ ପ୍ରାୟ 14 ହଜାର ଭୋଟରଙ୍କ ନାମ ନିଖୋଜ ଥିଲା। ଏଥିରୁ ପୂରା ସ୍ପଷ୍ଟ ହେଉଛି ଯେ ସେଠାକାର ପ୍ରାର୍ଥୀ ଏଥିରୁ ଉପକୃତ ହୋଇଥିବେ ନିଶ୍ଚିତ। ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟରେ ମଧ୍ୟ ଏହି ସୂଚନା ଥିଲା, କିନ୍ତୁ ଏ ସଂସ୍ଥାନ ମଧ୍ୟ ସେତେବେଳେ ନିରବତା ରହିଥିଲା। ଏହି ସୂଚନା ପାଇବା ପରେ ଜଣେ ସାମ୍ୱାଦିକ ତତ୍କାଳ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ସୂଚନା ଦେଇଥିଲେ।ଏହାପରେ ଏହି ସୂଚନା ସଠିକ୍ ଥିଲା ଏବଂ ସେ ସେହି ସମସ୍ତ ନାମକୁ ପୁଣି ଯୋଡିଥିଲେ। ଯଦି ଜଣେ ସାମ୍ୱାଦିକଙ୍କ ଏହି ସୂଚନା ଆଧାରରେ ଏତେବଡ଼ ତ୍ରୁଟିକୁ ସଂସୋଧନ କରାଯାଇ ପାରିଲା ତେବେ ଏପରି ଅନେକ ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ଲୋକଙ୍କ ବହୁ ସମସ୍ୟାର ସାମାଧାନ ହୋଇ ପାରିଥାନ୍ତା।

କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ଓ ନ୍ୟାୟପାଳିକାର କାର୍ଯ୍ୟରେ ଉଭୟଙ୍କ ମଧ୍ୟରେ ସମନ୍ୟ ରହୁନାହିଁ। ଆଉ ଯେଉଁଠି ସମନ୍ୟ ରହୁଛି ସେଠି ସରକାରଙ୍କୁ ବଞ୍ଚାଇବା ପାଇଁ ସେମାନେ କାର୍ଯ୍ୟ କରୁଛନ୍ତି। ଏମାନଙ୍କଠାରୁ ଅତ୍ୟନ୍ତ ନିଜକୁ ସ୍ୱାଧୀନ ସଂସ୍ଥା କହୁଥିବା ଗଣମାଧ୍ୟମର ସ୍ଥିତି କ’ଣ ଆପଣ ଭଲଭାବେ ଅନୁମେୟ କରିପାରୁଥିବେ। ଏଠି ସବୁ ସାମ୍ବାଦିକ ନିଜ ନିଜର ଫାଇଦା ପାଇଁ ସରକାରଙ୍କ ଯୋଜନାର ଫାଇଦା ନେବାକୁ ତତ୍ପର ରହୁଛନ୍ତି। ସେମାନଙ୍କୁ କେମିତି ଥଇଥାନ କରିହେବ, ଉପଯୁକ୍ତ ସୁବିଧାସୁଯୋଗ ପାଇବେ ଏଥିପାଇଁ ସରକାର ବହୁ ଅର୍ଥବେୟ କରୁଛନ୍ତି। ଯଦିଓ ଏହା ସାର୍ବଜନୀନ ହୋଇନଥାଏ। ଓଡ଼ିଶାରେ ମଧ୍ୟ ବିଗତ ଦିନରେ ଅନେକ ଘଟଣା ବାଦରେ ଆପଣମାନେ ନିଶ୍ଚିତ ଭାବେ ଅବଗତ ଥିବେ ଏବଂ ପରବର୍ତ୍ତୀ ସମୟରେ କେଉଁଭଳି ଭାବେ ମୁଲଚାଲ ହେଲା ତାହା ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଅର୍ଥାତ ଏଠି ତିନୋଟି ସ୍ଥମ୍ଭକୁ ଛାଡ଼ି ଦେଲେ ଅନ୍ୟ ଏକ ଅଣସରକାରୀ ସଂସ୍ଥା ଗଣମାଧ୍ୟମ ମଧ୍ୟ ଲୋକଙ୍କ ପଇସାରେ ଚାଲିଛି। ତେବେ ଏଠି ଲୋକଙ୍କ ସ୍ୱରକୁ ଉଠାଇବ କିଏ ?

Leave a Reply

Your email address will not be published. Required fields are marked *