ବାହାନଗା ଟ୍ରେନ ଟ୍ରାଜେଡ଼ି || ନିଲାମ ନେଇଥିବା ବଙ୍ଗୀୟ କମ୍ପାନୀର କାଗଜପତ୍ର ଯାଞ୍ଚ

ପଡିଥିବା ରେଳଡ଼ବା ନିକଟରେ ସିଟି ଜିଏସଟି ବିଭାଗର ସ୍ୱତନ୍ତ୍ର ଟିମ

ଖନ୍ତାପଡ଼ା,୩୦।୧୦।୨୩: ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣାର ୪ ମାସ ପରେ ରେଳ ବିଭାଗ ପକ୍ଷରୁ ୨୧ ଗୋଟି ରେଳ ଡବା ଓ ଇଞ୍ଜିନକୁ ନିଲାମ ଦିଆଯାଇଛି। ପଶ୍ଚିମବଙ୍ଗର ମୋହିତ ଷ୍ଟିଲ ୩ କୋଟି ୮୨ ଲକ୍ଷରେ ଟେଣ୍ଡର ପାଇ କିଣିଥିଲା। ପରେ ୪ ଦିନ ଧରି କମ୍ପାନୀ ପକ୍ଷରୁ ରେଳ ଡବା କଟାଯାଇ ସ୍ଥାନାନ୍ତରଣ କାର୍ଯ୍ୟ ଜାରି ରହିଛି।

ଏନେଇ ସୋମବାର ବାଲେଶ୍ୱର ସିଟି ଏବଂ ଜିଏସଟି ବିଭାଗ ନିଲାମ ନେଇଥିବା ବାଙ୍ଗୀୟ କମ୍ପାନୀର କାଗଜପତ୍ର ଯାଞ୍ଚ କରିଛି। ସିଟି ଏବଂ ଜିଏସଟିର ଆସିଷ୍ଟାଣ୍ଡ କମିଶନର ହରିହର ମହାପାତ୍ରଙ୍କ ନେତୃତ୍ୱରେ ଏକ ୨ ଜଣିଆ ଟିମ ବାହାନଗାର ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ନିଲାମ ନେଇଥିବା କମ୍ପାନୀର କାଗଜପତ୍ର ଯାଞ୍ଚ କରିବା ସହ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ଜବଦ କରିଥିବା ସୂଚନା ମିଳିଛି।

ରିପୋର୍ଟ: ରୁଚିକ ରଞ୍ଜନ ମହାପାତ୍ର

ରାଇଜିଂ ଉତ୍କଳ

Leave a Reply

Your email address will not be published. Required fields are marked *