ଗାଜା ପଟ୍ଟିରେ ଇସ୍ରାଏଲର ଭୟଙ୍କର ଗୁଳି ବର୍ଷା; ଦିନକରେ ୨୦୦ ମୃତ

ରାଇଜିଂ ଉତ୍କଳ

ଦୀର୍ଘଦିନ ଧରି ଇସ୍ରାଏଲ ଏବଂ ଗାଜା ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଅବସାନ ଏଯାଏ ଘଟିନି | ଅକ୍ଟୋବର ୭ ତାରିଖରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଇସ୍ରାଏଲ ଗାଜା ପଟ୍ଟିକୁ ଟାର୍ଗେଟ କରିଛି |

ରିପୋର୍ଟ ଅନୁଯାଇ, ଶୁକ୍ରବାର ରାତିରେ ଗାଜା ପଟ୍ଟିରେ ଖାନ ୟୁନିସ ଉପରେ ଇସ୍ରାଏଲ ଟ୍ୟାଙ୍କ ପ୍ରବଳ ଗୁଳିମାଡ କରିଛି | ଫଳରେ ୨୪ ଘଣ୍ଟା ମଧ୍ୟରେ ୨୦୦ ଲୋକଙ୍କ ଜୀବନ ଯାଇଥିବାର ସୂଚନା ସ୍ଥାନୀୟ ଲୋକଙ୍କଠାରୁ ମିଳିଛି | ଇସ୍ରାଏଲର ସେନା ମୁଖ୍ୟ ଦକ୍ଷିଣ ସହର ଆଡକୁ ବଢିବା ପାଇଁ ପ୍ରୟାସ କରୁଛି | ସେଥିପାଇଁ ଖାନ ୟୁନିସ ଉପରେ ଆକ୍ରମଣ କରିଛି | ଇସ୍ରାଏଲ ରକ୍ଷା ମନ୍ତ୍ରୀ ୟୋବ ଗେଲେଟ କହିଛନ୍ତି ଯେ, ସେନା ହମାସର କମାଣ୍ଡ ସେଣ୍ଟର ଏବଂ ଅସ୍ତ୍ରଶସ୍ତ୍ର ଡିପୋ ପର୍ଯ୍ୟନ୍ତ ପହଞ୍ଚି ଗଲେଣି | କିଛି ଇଲାକାକୁ ଡିସେମ୍ବର ସୁଦ୍ଧା କବଜା କରି ନିଆଯାଇଛି | ଏଥିସହ ଗାଜା ସହରର ହମାସ ନେତାଙ୍କ ଘରକୁ ସଂଯୁକ୍ତ କରୁଥିବା ଏକ ସୁଡଙ୍ଗ ପରିସରକୁ ନଷ୍ଟ କରି ଦିଆଯାଇଛି |

ଇସ୍ରାଏଲ ଆକ୍ରମଣ ପରେ ଗାଜାର ୨.୩ ମିଲିୟନ ଲୋକରୁ ଅଧିକାଂଶ ନିଜ ଘର ଛାଡି ପଳାଇ ଗଲେଣି | କିଛି ଲୋକ ଘର ଛାଡି ଟେଣ୍ଟରେ ଆଶ୍ରୟ ନେଇଛନ୍ତି | କିଛି ଲୋକ ଜରି ପାଲ ତଳେ ଖୋଲା ପଡ଼ିଆରେ ଜୀବନ ବିତାଉଛନ୍ତି | ଅନ୍ୟପକ୍ଷେ ଗାଜା ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ଆକ୍ରମଣରେ ୧୮୭ ପାଲେଷ୍ଟାଇନୀଙ୍କ ମୃତ୍ୟୁ ଘଟିଛି | ଏହାକୁ ମିଶାଇ ଇସ୍ରାଏଲ ଆକ୍ରମଣରେ ମୋଟ ମୃତକଙ୍କ ସଂଖ୍ୟା ୨୧,୫୦୭ରେ ପହଞ୍ଚିଛି | ଏହି ଯୁଦ୍ଧରେ କେବଳ ୧୦୬ ପାଲେଷ୍ଟାଇନୀ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି |

ରିପୋର୍ଟ: ରାଇଜିଂ ଉତ୍କଳ

Leave a Reply

Your email address will not be published. Required fields are marked *