ଏବେ M.Phil ଆଡ଼ମିଶନ ମନା; ୟୁଜିସିର ସତର୍କତାମୂଳକ ବିଜ୍ଞପ୍ତି

ରାଇଜିଂ ଉତ୍କଳ

ଭାରତୀୟ ଉଚ୍ଚଶିକ୍ଷା କ୍ଷେତ୍ରରେ ସ୍ନାତକୋତ୍ତର ଉପାଧି ପରେ ମାଷ୍ଟର ଅଫ ଫିଲୋସପି (ଏମ.ଫିଲ) ଏକଦା ମର୍ଯ୍ୟାଦାପୂର୍ଣ୍ଣ ଉପାଧି ଥିଲା | ବର୍ତ୍ତମାନ ଏଥିସହ ଜଡ଼ିତ ମର୍ଯ୍ୟାଦା ହଟିଯାଇଛି | ବିଶ୍ୱବିଦ୍ୟାଳୟ ମଞ୍ଜୁରି ଆୟୋଗ (ୟୁଜିସି) ନିୟାମକ, ୨୦୨୨ର ଧାରା ୧୪ ଅନୁଯାୟୀ ଏହି ମାନ୍ୟତାକୁ ହଟାଇ ଦିଆଯାଇଛି | ଏହା ସତ୍ତ୍ୱେ ଦେଶର ଅନେକ ବିଶ୍ୱବିଦ୍ୟାଳୟ ଏହି ଶିକ୍ଷାଗତ ଉପାଧି ପ୍ରଦାନ କରୁଥିବାରୁ ଏନେଇ ୟୁଜିସି ପକ୍ଷରୁ ସତର୍କତାମୂଳକ ବିଜ୍ଞପ୍ତି ଜାରି ହୋଇଛି |

ସୂଚନା ମୁତାବକ, ନିକଟରେ ୟୁଜିସି ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟକୁ ଚିଠି ଜାରି କରାଯାଇଥିଲା | ୨୦୨୩-୨୪ ଶିକ୍ଷାବର୍ଷରେ ଏମ.ଫିଲ ଆଡ଼ମିଶନ ନେଇ ବିଜ୍ଞପ୍ତି କରିବାକୁ ମନା କରାଯାଇଥିଲା | ଏଥିସହ କୌଣସି କୌଣସି ଆବେଦନ ଗ୍ରହଣ ନ କରିବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା | ତେବେ କେତେକ ବିଶ୍ୱବିଦ୍ୟାଳୟ ଏହାକୁ ଅମାନ୍ୟ କରିବା ସହ ପାଠ୍ୟକ୍ରମ ପାଇଁ ଆବେଦନ ଗ୍ରହଣ କରୁଥିବା ବିଷୟ ୟୁଜିସିର ନଜରକୁ ଆସିଥିଲା | ଫଳରେ ଏଥିରୁ ନିବୃତ ରହିବାକୁ ସେମାନଙ୍କୁ ତାଗିଦ କରାଯାଇଛି | ଏଥିସହ କୌଣସି ବିଦ୍ୟାର୍ଥୀ ଏହି ପାଠ୍ୟକ୍ରମରେ ନାମ ନ ଲେଖାଇବାକୁ କୁହାଯାଇଛି | ମୋଟାମୋଟି ଭାବେ ୨୦୨୩-୨୪ ଶିକ୍ଷାବର୍ଷରୁ ଏମ.ଫିଲ ପାଠ୍ୟକ୍ରମକୁ ଅବୈଧ ଘୋଷଣା କରାଯାଇଛି |

ରିପୋର୍ଟ: ରାଇଜିଂ ଉତ୍କଳ

Tags: #risingutkal #MPhilAdmission #UGC #UniversityGrantsCommission

Leave a Reply

Your email address will not be published. Required fields are marked *