ରାଜ୍ୟରେ ଆଉ ୫ ଆକ୍ରାନ୍ତ; ସମୁଦାୟ କୋଭିଡ଼ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ଛୁଇଁଲା

ରାଇଜିଂ ଉତ୍କଳ

ରାଜ୍ୟରେ ପୁଣି ଠାରେ କୋଭିଡ଼ ଚିନ୍ତା ଘାରିଲାଣି | ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଚିନ୍ତା ଉଦବେଗଜନକ ହୋଇଛି | ଆଜି ଆଉ ୫ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯ ରେ ପହଞ୍ଚିଛି | ୧୯ ସଂକ୍ରମିତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ରାଜ୍ୟର ସକ୍ରିୟ ସଂକ୍ରମିତ ସଂଖ୍ୟା ୧୮ ରହିଛି |

ତଥ୍ୟ ମୁତାବକ, ଓଡ଼ିଶାରେ ଦିନକୁ ଦିନ  ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାକୁ ନେଇ ରାଜ୍ୟରେ କୋଭିଡ ଟେଷ୍ଟିଙ୍ଗ ବଢ଼ିଛି | ସମସ୍ତେ ହୋମ ଆଇସୋଲେସନରେ ଅଛନ୍ତି | ତେଣୁ ଆତଙ୍କିତ ନ ହେବାକୁ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି |

ଡା. ମିଶ୍ରଙ୍କ କହିବାର କଥା ଯେ, କୋଭିଡ଼ ଆଗକୁ ବଢ଼ିବା ନେଇ ସ୍ଥିତି ଅନୁଧ୍ୟାନ କରାଯାଉଛି | ଜାତୀୟସ୍ତରୀୟ ତଥ୍ୟ ଅନୁସାରେ ଯେଉଁମାନେ ଆକ୍ରାନ୍ତ ହେଉଛନ୍ତି ୯୨% ରୁ ଉର୍ଦ୍ଧ୍ବ ହୋମ ଆଇସୋଲେସନରେ ଅଛନ୍ତି | ଆଉ ଯେଉଁମାନେ ମେଡିକାଲରେ ଆଡମିଟ ହେଉଛନ୍ତି ଓ ମେଜରିଟି ଡେଥ ମଧ୍ୟ କୋମଅର୍ବିଟ କଣ୍ଡିସନ ପାଇଁ ହୋଇଛି | କୋଭିଡ ପାଇଁ ମେଡିକାଲରେ ଆଡମିଟ ହେବା ସଂକ୍ରମିତଙ୍କ ସଂଖ୍ୟା ବହୁତ କମ ରହିଛି | ତେବେ ସ୍ଥିତି ଉପରେ ନଜର ରଖାଯାଇଥିବା ସେ ପ୍ରକାଶ କରିଛନ୍ତି |

ରିପୋର୍ଟ: ରାଇଜିଂ ଉତ୍କଳ

Leave a Reply

Your email address will not be published. Required fields are marked *