ନୂଆ ବର୍ଷ ଆରମ୍ଭରେ ସୁନାମୀ, ଛାରଖାର ହେଲା ଜାପାନ

ରାଇଜିଂ ଉତ୍କଳ

ନୂଆବର୍ଷ ଆରମ୍ଭରୁ ବଡ଼ଧରଣର ଭୂମିକମ୍ପ ଝଟକା । ଜାପାନରେ ଶକ୍ତାଶଳୀ କମ୍ପନ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୭.୬ ବୋଲି ରେକର୍ଡ ହୋଇଛି । ଶକ୍ତିଶାଳୀ ଭୂମିକମ୍ପ ପରେ ୨୧ ଥର ଝଟକା ଅନୁଭୂତ ହୋଇଛି । ଭୂମିକମ୍ପ ପରେ ଜାପାନରେ ସୁନାମି ଆସିଛି । ଇଶିକାୱା ସହରରେ ପ୍ରଥମେ ସୁନାମି ଆସିଛି । ଇସିକାୱାଠାରୁ ୩୦୦ କିଲୋମିଟିର ଉପକୂଳକୁ ସୁନାମି ସତର୍କତା ଜାରି କରାଯାଇଛି । ଏହି ସବୁ ଅଞ୍ଚଳରୁ ତୁରନ୍ତ ଲୋକଙ୍କୁ ଖାଲି କରିଦିଆଯାଇଛି । ଭୂମିକମ୍ପ ପରେ ହାଇସ୍ପିଡ ଟ୍ରେନ୍ ବାତିଲ । ଇଶିକାୱାରେ ଥିବା ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ କ୍ଷତିଗ୍ରସ୍ତ ହେବା ଆଶଙ୍କା ।

ଭାରତୀୟ ସମୟ ଅନୁଯାୟୀ ମଧ୍ୟାହ୍ନ ପାଖାପାଖି ୧୨ଟା ସମୟରେ ଏହି ଭୂମିକମ୍ପ ଅନୁଭୂତ ବୋଇଛି । ପ୍ରଥମେ ଜାପନ ଜିଓଲଜିକାଲ ଡିପାର୍ଟମେଣ୍ଟ ଏହାକୁ ୭.୪ ତୀବ୍ରତାର ବୋଲି କହିଥିଲା, ତେବେ କିଛି ସମୟ ପରେ ଭୂକମ୍ପର ତୀବ୍ରତା ୭.୬ ବୋଲି ସ୍ପଷ୍ଟ କରାଯାଇଛି । ଦୋହଲି ଯାଇଛି ବଡ ବଡ ଅଟ୍ଟାଳିକା । ଅନେକ କୋଠା ଭାଙ୍ଗି ଯାଇଛି । ଭୂକମ୍ପ ସମୟର କିଛି ଚିତ୍ର ମଧ୍ୟ କ୍ୟାମେରାରେ କଏଦ ହୋଇଛି । ଧୀରେ ଧୀରେ ଚାରି ଆଡୁ କ୍ଷୟକ୍ଷତି ରିପୋର୍ଟ ଆସୁଛି । ମୋଟ୍ ଉପରେ କେତେ କ୍ଷତି ପହଁଚିଛି ଏଯାଏ ସ୍ପଷ୍ଟ କରିନାହାନ୍ତି ଜାପାନ ସରକାର । ବିଶେଷ କରି ଉତ୍ତର ଜାପାନର ଉପକୂଳ ସହର ଗୁଡିକରେ ଏହି ଭୂକମ୍ପର ପ୍ରଭାବ ଅଧିକ ପ୍ରଭାବ ପକାଇଛି । ଇଶିକାୱା, ନିଗାତା, ଟୋୟାମା, ୟାମାଗାଟା, ଫୁକୁଇ, ହ୍ୟୋଗୋରେ ଭୂକମ୍ପ ପରେ ପରେ ସୁନାମି ଆଲର୍ଟ ଜାରି ହୋଇଛି । ଇଶାକାଓ୍ବାରେ ସମୁଦ୍ର ଜଳରାଶି ସ୍ଥଳ ଭାଗକୁ ମାଡି ଆସିଥିବା ଦେଖିବାକୁ ମିଳିଲାଣି ।

ସମୁଦ୍ରରେ ପ୍ରାୟ ୫ ମିଟର ଉଚ୍ଚତା ଯାଏଁ ସୁନାମି ଆସିବା ନେଇ ଆଲର୍ଟ ଜାରି ହୋଇଛି । ସୁନାମୀ ଆଲର୍ଟକୁ ନଜରରେ ରଖି ଉତ୍ତର ଜାପାନ ଉପକୂଳ ସହର ଗୁଡିକଲୋକଙ୍କୁ ସମୁଦ୍ର ଉପକୂଳ ଅଂଚଳ ଛାଡି ସୁରକ୍ଷିତ ଓ ଉଚ୍ଚ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି । ପ୍ରାୟ ୩୨ କିମି ତଳେ ଭୂକମ୍ପ କେନ୍ଦ୍ର ବୋଲି ସୂଚନା ମିଳିଛି । । ୨୦୧୧ରେ ମଧ୍ୟ ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ପରେ ପରେ ମାଡି ଆସିଥିଲା ବଡଧରଣର ସୁନାମି । ୨୦୧୧ ଭୂକମ୍ପ ପରବର୍ତ୍ତି ସୁନାମୀରେ ପ୍ରାୟ ୧୮ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । କେବଳ ଜାପାନ ନୁହେଁ ଉତ୍ତରକୋରିଆ ଓ ରୁଷିଆରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି ।

ରିପୋର୍ଟ: ରାଇଜିଂ ଉତ୍କଳ

Tags: #RisingUtkal #risingutkal #TsunamiInJapan #JapanEarthquakeTsunami #NewYear2024 #JapanEarthquakeWarning

Leave a Reply

Your email address will not be published. Required fields are marked *