ସଂସଦ ସୁରକ୍ଷାରେ ତ୍ରୁଟି ମାମଲା; ସାମ୍ନାକୁ ଆସିଲା ଆଉ ୨ ଅଭିଯୁକ୍ତଙ୍କ ନାମ

ରାଇଜିଂ ଉତ୍କଳ

ସଂସଦ ସୁରକ୍ଷାରେ ଅବହେଳା ଘଟଣାକୁ ଏକ ସପ୍ତାହ ପୂରିଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଯିବ | ତେବେ ଲୋକସଭାରେ ଗୃହ କାର୍ଯ୍ୟ ଚାଲିଥିବା ବେଳେ ଗୃହ ମଧ୍ୟକୁ ଦୁଇଜଣ ଅଜ୍ଞାତ ଯୁବକ ପ୍ରବେଶ କରିଥିଲେ | ପରବର୍ତ୍ତୀ ସମୟରେ ଏହି ଘଟଣା ପଛରେ ଏକାଧିକ ଅଭିଯୁକ୍ତଙ୍କ ନାମ ସାମ୍ନାକୁ ଆସିଥିଲା |

ସୂଚନାନୁସାରେ, ଆସିଥିବା ଅଭିଯୁକ୍ତଙ୍କ ନାମ ପରେ ପୁଣି ଦୁଇଜଣ ଅଭିଯୁକ୍ତଙ୍କ ନାମ ସାମ୍ନାକୁ ଆସିଛି | ସବୁଠାରୁ ବଡ଼ କଥା ହେଉଛି, କର୍ଣ୍ଣାଟକର ପୂର୍ବତନ ଡିଏସପିଙ୍କ ପୁଅ ସାଇ କୃଷ୍ଣ ଓ ତାଙ୍କର ବନ୍ଧୁ ମନୋରଞ୍ଜନ ଡି’ ଏହି ମାମଲା ସହ ଜଡ଼ିତ ଥିବା ଜଣାପଡ଼ିଛି | ସାଇ ଓ ମନୋରଞ୍ଜନ ଦୁହେଁ ବେଙ୍ଗାଲୁରୁରେ ଇଞ୍ଜିନିୟରିଂ କ୍ଲାସମେଟ ଥିଲେ | ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ କର୍ଣ୍ଣାଟକର ବାଗଲକୋଟ ସହରରେ ରହୁଥିବା ସଫ୍ଟୱେର ଇଞ୍ଜିନିୟର ସାଇଙ୍କୁ ପଚରାଉଚରା କରିଛି | ତେବେ ସଂସଦ ସୁରକ୍ଷା ଭଙ୍ଗ ମାମଲାର ୬ ଜଣ ଅଭିଯୁକ୍ତଙ୍କ ରିମାଣ୍ଡ ଆଜି ସମାପ୍ତ ହେଉଥିବା ବେଳେ ଆଜି ସେମାନଙ୍କୁ କୋର୍ଟରେ ହାଜର କରାଯିବ |

ସେପଟେ ସାଇଙ୍କୁ ଦିଲ୍ଲୀ ଅଣାଯାଉଥିବା ବେଳେ ତାଙ୍କୁ ସ୍ପେଶାଲ ସେଲର ଟିମ୍ ପଚରାଉଚରା କରିବ | ସେହିପରି ସ୍ପେଶାଲ ସେଲ ଉତ୍ତରପ୍ରଦେଶର ଜାଲୌନର ବାସିନ୍ଦା ଅତୁଲ କୁଲଶ୍ରେଷ୍ଠ ନାମକ ଜଣେ ଯୁବକଙ୍କୁ ମଧ୍ୟ ପଚଉଚରା କରିଛି |

ବ୍ୟୁରୋ ରିପୋର୍ଟ: ରାଇଜିଂ ଉତ୍କଳ

Tags: #RisingUtkal #risingutkal #parliamentsecuritybreach #loksabhasecuritybreach #parliamentsecurity #parliamentattackindia

Leave a Reply

Your email address will not be published. Required fields are marked *