ବସ୍ତା, ୨୭।୧୦। ୨୩: ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବାଉଁଶମୂଖା ପୋଲ ନିକଟରୁ ଏକ ଗଳିତ ମୃତ ଦେହ ଠାବ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଏନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି |

ସୂଚନା ମୁତାବକ, ଶୁକ୍ରବାର ସକାଳେ ଜନୈକ ବ୍ୟକ୍ତି କାମ କରିବା ପାଇଁ ବିଲକୁ ଯାଇଥିଲା ବେଳେ ବାଉଁଶମୁଖା ପୋଲ ନିକଟ ଗଛ ମୂଳରେ ଏକ ଗଳିତ ମୃତ ଦେହ ଦେଖି ବସ୍ତା ପୋଲିସକୁ ଖବର ଦେଇଥିଲେ। ପରେ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଥିଲା | ତେବେ ମୃତ ଦେହରୁ ଦୁର୍ଗନ୍ଧ ବାହାରୁଥିବାରୁ ମୃତ ଦେହଟି ଦୁଇ ତିନି ଦିନର ବୋଲି ଅନୁମାନ କରାଯାଉଛି। ମୃତ୍ୟୁ ବ୍ୟକ୍ତିଙ୍କ ପରିଚୟ ଓ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି | ବସ୍ତା ପୋଲିସ ମୃତ ଦେହକୁ ବ୍ୟବଛେଦ ପାଇଁ ପଠାଇଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି |
ରିପୋର୍ଟ: ଶେଖ ଆଜାରୁଦ୍ଦିନ
ରାଇଜିଂ ଉତ୍କଳ।

