ପଶ୍ଚିମବଙ୍ଗକୁ ଗୋ-ଚାଲାଣ ବେଳେ ଗୋଡ଼ାଇ ଧରିଲେ ଯୁବକ || ୩ ଗାଡ଼ି ଜବଦ, ୪୦ ଗୋରୁ ଉଦ୍ଧାର

ବସ୍ତା,୩୦।୧୦।୨୩: ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଜାତୀୟ ରାଜପଥରେ ପୁଣି ଗୋ-ମାଫିଆ ସକ୍ରିୟ ହୋଇଛନ୍ତି। ତେବେ ସୋମବାର ଗୋ-ଚାଲାଣ ବେଳେ ୩ ଗାଡ଼ି ଜବଦ ହୋଇଥିବା ବେଳେ ୪୦ ଗୋଟି ଗୋରୁ ଉଦ୍ଧାର ହୋଇଛନ୍ତି।

ସୂଚନା ମୁତାବକ, ସୋମବାର ସକାଳେ ବସ୍ତା ଥାନା ୧୬ ନମ୍ବର ଜାତୀୟ ରାଜପଥ ତାରିଣୀ ଛକ ନିକଟରୁ ଦୁଇଟି ପିକଅପ ଓ ଗୋଟିଏ ଟ୍ରକ ଯୋଗେ ବାଲେଶ୍ୱରରୁ ପଶ୍ଚିମବଙ୍ଗକୁ ଗୋ-ଚାଲାଣ ହେଉଥିଲା। ଖବର ପାଇଁ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଉକ୍ତ ୩ ଗାଡ଼ିକୁ କାବୁ କରିଥିଲେ। ଏଥିସହ ସେଥିରୁ ୪୦ ଗୋରୁ ଉଦ୍ଧାର ହୋଇଥିଲେ | ଅପରପକ୍ଷେ ଚାଳକ ଓ ଖଲାସୀ ଗାଡ଼ି ଛାଡ଼ି ଘଟଣା ସ୍ଥଳରୁ ଫେରାର୍ ହୋଇଥିଲେ।

ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଙ୍ଗ ଭ୍ୟାନ ଘଟଣା ସ୍ଥଳରେ ପହଁଚି ତଦନ୍ତ କରିଥିଲା। ଅନ୍ୟପଟେ ବସ୍ତା ପୋଲିସ ସେଠାରେ ପହଞ୍ଚି ଉକ୍ତ ଦୁଇ ପିକଅପ ଓ ଗୋଟିଏ ଟ୍ରକରୁ ୪୦ ଗୋରୁ ଉଦ୍ଧାର କରି ବାଲେଶ୍ୱର ସ୍ଥିତ ବାମପଦା ଗୋଶାଳାରେ ଛାଡ଼ିଥିଲା

ରିପୋର୍ଟ: ସେଖ ଆଜାରୁଦ୍ଦିନ

ରାଇଜିଂ ଉତ୍କଳ

Leave a Reply

Your email address will not be published. Required fields are marked *