ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗକୁ ଆଶ୍ବସ୍ତି || ମିଳିଲା ଜାମିନ, ଜେଲରୁ ମୁକୁଳିବା ରାସ୍ତା ଫିଟିଲା

ବହୁ ଚର୍ଚ୍ଚିତ ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗକୁ ଆଶ୍ବସ୍ତି ମିଳିଛି | ଜାମିନ ମିଳିବା ନେଇ ହାଇକୋର୍ଟ ସ୍ପଷ୍ଟୋକ୍ତି ରଖିଛନ୍ତି |

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ମାମଲାରେ ଜାମିନ ପାଇଛନ୍ତି ଅର୍ଚ୍ଚନା | ପୂର୍ବରୁ ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ଥିବା ମାମଲାରେ ଜାମିନ ପାଇଥିଲେ ଅର୍ଚ୍ଚନା ନାଗ | କେବଳ ସେତିକି ନୁହେଁ, କିଛି ମାସ ପୂର୍ବରୁ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ବି ସବୁ ମାମଲାରେ ଜାମିନ ପାଇ ଜେଲରୁ ମୁକୁଳି ଥିଲେ | ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ କରି ଟଙ୍କା ମାଗିବା ଅଭିଯୋଗରେ ୬ ଅକ୍ଟୋବର ୨୦୨୨ରେ ନୟାପଲ୍ଲୀ ଥାନା ଅର୍ଚ୍ଚନାଙ୍କୁ ଗିରଫ କରିଥିଲା |

ବେଆଇନ ଅର୍ଥ କାରବାର ମାମଲା ଥିବାରୁ ଇଡି ଦ୍ଵାରା ମଧ୍ୟ ସେ ଗିରଫ ହୋଇଥିଲେ | ଏହା ସହ ତାଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦ ମଧ୍ୟ ଗିରଫ ହୋଇଥିଲେ | ଏହି ଘଟଣାରେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳୀ ବେହେରା ଓ ଖଗେଶ୍ବର ପାତ୍ର ଆଇନ ଜାଲରେ ଛନ୍ଦି ହୋଇଥିଲେ | ଶ୍ରଦ୍ଧାଞ୍ଜଳି ବହୁ ଦିନ ଧରି ଆଇନ ଆଖିରେ ଧୂଳି ଦେବାରେ ସଫଳ ହୋଇଥିଲେ | ମାତ୍ର ଏବେ ବି ସେମାନେ ଆଇନ ଜାଲରେ ଛନ୍ଦି ହୋଇ ରହିଛନ୍ତି |

ରିପୋର୍ଟ: ରାଇଜିଂ ଉତ୍କଳ

Leave a Reply

Your email address will not be published. Required fields are marked *