ଆଜିଠୁ କମିବ ଶୀତ, ବଢିବ କୁହୁଡ଼ି: ୟଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ରାଇଜିଂ ଉତ୍କଳ

ଶୀତ ଜାଡରେ ଅସ୍ତବ୍ୟସ୍ତ ହେଉଛି ସାରା ଜନଜୀବନ | ତେବେ ଆଜିଠୁ ମିଳିବ ସାମାନ୍ୟ ଆଶ୍ୱସ୍ତି | ରାଜ୍ୟରେ କମିବ ଶୀତ, ହେଲେ ବଢିବ କୁହୁଡ଼ି | ସପ୍ତାହେ ଧରି ଲାଗି ରହିଥିବା ଅସହ୍ୟ ଶୀତର ପ୍ରକୋପ ଆଜିଠୁ କିଛିଟା କମିବ | ତେବେ କାଲିଠୁ ପ୍ରବଳ କୁହୁଡ଼ି ଦେଖାଯିବା ନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର |

ଆସନ୍ତା ୨୩ ତାରିଖରୁ ପ୍ରବଳ କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି | ବାୟୁମଣ୍ଡଳରେ ଗୁରୁଚାପ ବଳୟ ସୃଷ୍ଟି ହେବାକୁ ଥିବାରୁ ୨୩ ଓ ୨୪ ତାରିଖରେ ପ୍ରବଳ କୁହୁଡ଼ି ଜାରି ରହିବ | ଉପକୂଳ ସମେତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ କୁହୁଡ଼ିର ମାତ୍ରା ଅଧିକ ରହିବ | ୨୩ ତାରିଖରେ ୧୦ ଜିଲ୍ଲା ଓ ୨୪ ତାରିଖରେ ୧୮ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି | ଦୃଶ୍ୟମାନ ଦୂରତା ୨୦୦ ମିଟରରୁ କମ୍‌ ରହିବା ନେଇ ଚେତାବନୀ ଦିଆଯାଇଛି | ଗତ କିଛି ଦିନ ହେଲା ରାତିର ସର୍ବନିମ୍ନ ସ୍ୱାଭାବିକ ତାପମାତ୍ରା ୨-୩ ଡିଗ୍ରୀ ତଳକୁ ଖସି ଆସିଛି | ଏପରିକି ୧୪ ସହରରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ କିମ୍ବା ତା’ଠାରୁ କମ୍‌ ରହିଛି | ଚଳିତ ବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଠାରେ ଗତକାଲି ରାତିରେ ୫ ଡିଗ୍ରୀ ରେକର୍ଡ ‌କରାଯାଇଛି |

ଗତ କିଛିଦିନ ହେଲା ଶୀତ ସହ ୮ରୁ ଅଧିକ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି | ବିଶେଷ କରି କେନ୍ଦୁଝର, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ବଲାଙ୍ଗିର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଏବଂ ଢେଙ୍କାନାଳ ଆଦି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛି |

ବ୍ୟୁରୋ ରିପୋର୍ଟ: ରାଇଜିଂ ଉତ୍କଳ

Tags: #risingutkal #RisingUtkal #weatherforecastforodisha #odishaweathernews #odishaweathernewstoday #coldandfogweathercondition #odishaweatherupdate

Leave a Reply

Your email address will not be published. Required fields are marked *