ରାଇଜିଂ ଉତ୍କଳ
ଚୀନ୍ରେ ବଡ଼ଧରଣର ଭୂକମ୍ପ | ମଙ୍ଗଳବାର ଚୀନ୍ର ଗାନ୍ସୁ-କଙ୍ଗହାଇର ସୀମାବର୍ତ୍ତୀ ଅଞ୍ଚଳରେ ଭୁକମ୍ପ ଝଟକାରେ ବଡ଼ବଡ଼ କୋଠା ଭୁଶୁଡି ପଢ଼ିଛି | ଯାହାଫଳରେ ୧୧୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି l ବର୍ତ୍ତମାନ ସୁଦ୍ଧା ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି |
ସୂଚନାନୁସାରେ, ଚୀନର ଉତ୍ତର-ପଶ୍ଚିମ ସୀମାବର୍ତ୍ତୀ ଅଞ୍ଚଳ ଠାରୁ ୫ କିଲୋମିଟର ଭିତରେ ଅନେକ ସ୍ଥାନରେ ତୀବ୍ର ଭୂକମ୍ପ ଅନୁଭୂତ ହୋଇଛି | ଭୂକମ୍ପର ଝଟକାରେ ବହୁ ବଡ଼ବଡ଼ କୋଠାମାନ ଭାଙ୍ଗି ପଡ଼ିଛି | ଫଳରେ ବିଳମ୍ବିତ ରାତିରେ ଶତାଧିକ ଲୋକେ ଘରେ ଶୋଇଥିବା ବେଳେ ଭଗ୍ନାବଶେଷ ତଳେ ଚାପି ହୋଇ ରହିଛନ୍ତି | ଏଥିରେ ୧୧୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୩୦ରୁ ଅଧିକ ଆହତ ହୋଇଛନ୍ତି | ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା ମଧ୍ୟ କରାଯାଉଛି | ତେବେ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଜୋରସୋରରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି |

ଭୂକମ୍ପଟି ୬.୧ ତୀବ୍ରତା ବିଶିଷ୍ଟ ବୋଲି ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର କହିଥିବା ବେଳେ ଚୀନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏହା ୬.୨ ତୀବ୍ରତାର ବୋଲି ସୂଚନା ରହିଛି | ତେବେ ବିପର୍ଯ୍ୟୟର ନିରାକରଣ ଏବଂ ରିଲିଫ ପାଇଁ ଚୀନ୍ର ଜାତୀୟ ଆୟୋଗ ଏବଂ ଜରୁରୀକାଳୀନ ପରିଚାଳନା ମନ୍ତ୍ରଣାଳୟ ରିଲିଫ୍ ବ୍ୟବସ୍ଥା ଯୋଗାଇ ଦେଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି |
ରିପୋର୍ଟ: ରାଇଜିଂ ଉତ୍କଳ
Tags: #RisingUtkal #RisingUtkalNews#China #ChinaEarthquake #EarthquakeChina #EarthquakeInChina #ChinEearthquakeToday #ChinaEarthquakeNews #ChinaEarthquakeCCtv

