ରାଇଜିଂ ଉତ୍କଳ
ଚିନ୍ତା ବଢାଇଲାଣି କରୋନା | ପୁଣି କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଆସିଥିବା ନେଇ ସୂଚନା ମିଳିଛି | ଭାରିଆଣ୍ଟର ନାମ ଜେଏନ ୧ ରହିଥିବା ବେଳେ ଏ ପର୍ଯ୍ୟନ୍ତ ୨୧ଜଣ ସଂକ୍ରମିତ ହୋଇଥିବାର ଲ୍ୟାବ ପରୀକ୍ଷାରୁ ଜଣାପଡ଼ିଛି |
ତଥ୍ୟାନୁସାରେ, ଗୋଆରେ ୧୯ଜଣ ନୂଆ ଭାରିଆଣ୍ଟ ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ମହାରାଷ୍ଟ୍ର ଓ କେରଳରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି | ତେବେ ଦେଶର କେତେକ ଅଞ୍ଚଳରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆଜି କୋଭିଡ ପରିସ୍ଥିତି ଏବଂ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତି ସମୀକ୍ଷା କରିଥିବାର ଜଣାପଡ଼ିଛି | ସମୀକ୍ଷା ପରେ ମାଣ୍ଡବ୍ୟ କହିଛନ୍ତି ଯେ, କରୋନା ଭାଇରସର ନୂଆ ଭାରିଆଣ୍ଟ ଉପରେ ସଜାଗ ରହିବା ଏବଂ ପ୍ରସ୍ତୁତ ହେବା ଜରୁରୀ | ତେବେ କରୋନାର ନୂଆ ଭାରିଆଣ୍ଟ ଅଧିକ ମାରାତ୍ମକ ବୋଲି ଦାବି କରାଯାଉଥିବା ବେଳେ ଏକାଧିକ ରୋଗରେ ପୀଡ଼ିତ ଥିବା ବ୍ୟକ୍ତି, ୬୦ ବା ତଦୁର୍ଦ୍ଧ ବୟସ୍କ ବ୍ୟକ୍ତି, ମେଦବହୁଳ ବ୍ୟକ୍ତି ଏବଂ କରୋନା ଟିକା ନେଇନଥିବା ବ୍ୟକ୍ତି ଆଦି ୪ ବର୍ଗର ଲୋକଙ୍କୁ ଅଧିକ ସତର୍କ ରହିବାକୁ କୁହାଯାଉଛି |

ଯଦି ଆପଣ କିମ୍ବା ଅପଣଙ୍କ ଆଖପାଖରେ ଏହି ବର୍ଗର କେହି ବ୍ୟକ୍ତି ବିଶେଷ ଆସୁଥାନ୍ତି ତେବେ ସତର୍କ ରହିବାକୁ ଆରମ୍ଭ କରନ୍ତୁ | ଆହୁରି ମଧ୍ୟ ଥଣ୍ଡା ବା ଜ୍ବର ହେଲେ ପରୀକ୍ଷା ନିଶ୍ଚିତ ଭାବେ କରିବାକୁ ପରାମର୍ଶ ଦିଆଯାଇଛି |
ବ୍ୟୁରୋ ରିପୋର୍ଟ: ରାଇଜିଂ ଉତ୍କଳ
Tags: #risingutkal #covid19 #covid #keralacovid #covidcases #virus #covidinkerala #covidvariant #covidvariants #corona

