ରାଇଜିଂ ଉତ୍କଳ
ଘଟିଲା ବଡ ଦୁର୍ଘଟଣା | ସାମ୍ନାକୁ ଆସିଲା ଉତ୍ତରପ୍ରଦେଶର ଗୋରଖପୁରରୁ ଏକ ଦୁଃଖଦ ଘଟଣା | ଏଠାରେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବସ ଭାରସାମ୍ୟ ହରାଇ ରାସ୍ତାକୁ ଓଲଟି ପଡ଼ିଥିଲା ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ଜଣ ପିଲା ଆହତ ହୋଇଛନ୍ତି |
ସୂଚନାନୁସାରେ,ଉଧନାପାରସ୍ଥିତ ୟୁଏସ ସେଣ୍ଟ୍ରାଲ ଏକାଡେମୀ ସ୍କୁଲର ବସ ଭିନ୍ନଭିନ୍ନ ଗ୍ରାମର ପିଲାଙ୍କୁ ନେଇ ସ୍କୁଲ ଯାଉଥିଲା | ମାତ୍ର ସ୍କୁଲକୁ ଆଉ କିଛିବାଟ ବାକିଥିବା ବେଳେ ବସଟି ଏକ ଡମ୍ପରକୁ ଓଭରଟେକ କରୁଥିବା ସମୟରେ ଭାରସାମ୍ୟ ହରାଇ ଏକ ଗାଢ଼ାକୁ ଓଲଟି ପଡ଼ିଥିଲା | ଦୁର୍ଘଟଣାଗ୍ରସ୍ତ ବସରେ ୫୫ଜଣ ଛାତ୍ରଛାତ୍ରୀ ଥିଲେ | ଏଥରୁ ୧୫ଜଣ ଆହତ ଥିବା ବେଳେ ୨ଜଣ ପିଲାଙ୍କ ମୃତ୍ୟୁ ହୋଇଯାଇଥିଲା | ମୃତ ଛାତ୍ରୀଙ୍କ ନାମ ପ୍ରତିଭା ଓ ସାକ୍ଷୀ ପାଣ୍ଡ୍ୟେ ବୋଲି ଜଣାପଡ଼ିଛି |
ଏହି ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ବସ ଚାଳକ ଫେରାର ହୋଇ ଯାଇଥିଲେ | ତେବେ ଖବର ପାଇ ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଇବା ସହିତ ମୃତ ଦୁଇଛାତ୍ରୀଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି | ଏଥିସହିତ ଦୁର୍ଘଟଣା ଘଟାଇଥିବା ବସ ଚାଳକଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ପୁଲିସ |
ବ୍ୟୁରୋ ରିପୋର୍ଟ: ରାଇଜିଂ ଉତ୍କଳ