ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । ଟଙ୍କା ପାଇଁ ଡହଳବିକଳ ଦେଶବାସୀ। ଏହା ପରେ ମଧ୍ୟ ସାମ୍ପ୍ରଦାୟିକ ମନ ଭାବ ଏହି ଦେଶରୁ ହଟନି। ଏଠାରେ ଆତଙ୍କବାଦୀ କାର୍ଯ୍ୟକଳାପ ଦିନକୁ ଦିନ ବଢ଼ି ଚାଲିଛି। କେବଳ ଏତିକି ନୁହେଁ ରାଜନୈତିକ ସଙ୍କଟ ମଧ୍ୟ ଏହି ମୁସଲମାନ ଦେଶକୁ ତଳକୁ ଖସାଉଛି। ପାକିସ୍ତାନରେ ହିନ୍ଦୁମାନଙ୍କୁ କେଉଁଭଳି ଭାବେ ଅତ୍ୟାଚାର କରାଯାଉଛି ଏହାର ମଧ୍ୟ ଉଦାହରଣ ରହିଛି। କିନ୍ତୁ ପଡୋଶୀ ଦେଶ ପାକିସ୍ତାନରେ ଏପରି କିଛି ହିନ୍ଦୁ ଅଛନ୍ତି ଯେଉଁମାନଙ୍କୁ ଡରିଥାନ୍ତି ପାକିସ୍ତାନ ସରକାର । ପାକିସ୍ତାନ ଏକ ମୁସଲିମ୍ ରାଷ୍ଟ୍ର । କିନ୍ତୁ ଏଠାରେ କିଛି ହିନ୍ଦୁ ମଧ୍ୟ ରହିଥାନ୍ତି । ଏମାନଙ୍କ ମଧ୍ୟରୁ କିଛି ଏପରି ଅଛନ୍ତି ଯେଉଁମାନଙ୍କ ଆଗରେ ମୁଣ୍ଡ ନଆଁନ୍ତି ପାକିସ୍ତାନ ସରକାର ।

ରାଣା ଚନ୍ଦ୍ର ସିଂ ! ଏହି ବ୍ୟକ୍ତି ଜଣକ ହେଉଛନ୍ତି ପାକିସ୍ତାନ ସିନ୍ଧ ପ୍ରଦେଶର ଜଣେ ପ୍ରଭାବଶାଳୀ ହିନ୍ଦୁ ନେତା । ସେ ଏତେ ଶକ୍ତିଶାଳୀ ଯେ ୧୯୭୭ରୁ ୧୯୯୯ ପର୍ଯ୍ୟନ୍ତ ‘ପାକିସ୍ତାନ ପିପୁଲ୍ସ ପାର୍ଟି’ ଟିକେଟରେ ୭ ଥର ନ୍ୟାସନାଲ୍ ଆସେମ୍ବଲିର ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି। ଏପରିକି ସେ ପାକିସ୍ତାନ ସରକାରରେ ମନ୍ତ୍ରୀ ମଧ୍ୟ ରହିଛନ୍ତି । ସେହିଭଳି ଦ୍ବିତୀୟରେ ଅଛନ୍ତି ଡକ୍ଟର ଖାଟୁମଲ ଜୀବନ । ଖାଟୁମଲ ମଧ୍ଯ ପାକିସ୍ତାନର ଜଣେ ପ୍ରଭାବଶାଳୀ ରାଜନେତା । ତାଙ୍କ ରାଜ୍ ଲାହୋରରୁ କରାଚି ପର୍ଯ୍ୟନ୍ତ ଚାଲିଥାଏ । ସେ ମଧ୍ୟ ପାକିସ୍ତାନ ପିପୁଲ୍ସ ପାର୍ଟିର ଅନୁସୂଚିତ ଜାତି ହିନ୍ଦୁ ସିନେଟର ଭାବରେ କାମ କରିନ୍ତି। ଖାଟୁମଲ ପାକିସ୍ତାନର ନ୍ୟାସନାଲ୍ ଆସେମ୍ବଲି ପାଇଁ ୩ଥର ନିର୍ବାଚନ ଲଢିଛନ୍ତି ଏବଂ ଜାତୀୟ ସଭାର ସଦସ୍ୟ ମଧ୍ୟ ହୋଇଛନ୍ତି । ଏପରିକି ସେ ପାକିସ୍ତାନ ସରକାରରେ ମଧ୍ୟ ମନ୍ତ୍ରୀ ରହି ସାରିଛନ୍ତି ।

ତୃତୀୟରେ ଅଛନ୍ତି ସଙ୍ଗୀତା । ତାଙ୍କୁ ପାକିସ୍ତାନ ଲୋକେ ପରବିନ୍ ରିଜବୀ ନାଁରେ ମଧ୍ୟ ଜାଣନ୍ତି । ସଙ୍ଗୀତା ଜଣେ ପାକିସ୍ତାନୀ ଅଭିନେତ୍ରୀ ଏବଂ ନିର୍ଦ୍ଦେଶକ। ସେ ୧୯୭୧ରେ ଅମନ, ୧୯୭୮ ମୁଠି ଭର ଚାୱାଲ, ୧୯୮୪ରେ ନାମ ମେରା ବାଦନାମ୍ ଏବଂ ୧୯୯୮ରେ ନିକାହ ପରି ବଡ ବଡ଼ ଫିଲ୍ମରେ କାମ କରିଛନ୍ତି । ଏହି ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ରୀତା ଇଶ୍ୱର । ସେ ଜଣେ ରାଜନେତ୍ରୀ । ଯିଏକି ପାକିସ୍ତାନୀ ମୁସଲିମ ଲିଗ୍ (f) ସହ ଜଡିତ । ସେ ଜୁନ୍ ୨୦୧୩ରୁ ମେ ୨୦୧୮ ପର୍ଯ୍ୟନ୍ତ ପାକିସ୍ତାନର ନ୍ଯାସନାଲ୍ ଆସେମ୍ବଲିର ସଦସ୍ୟ ମଧ୍ୟ ରହିଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରୀତା ପାକିସ୍ତାନର ସବୁଠାରୁ ଧନୀ ମହିଳା ରାଜନେତା ଭାବରେ ମଧ୍ୟ ଜଣାଶୁଣା । ଏହା ପଛକୁ ଅର୍ଥାତ୍ ପଞ୍ଚମରେ ଅଛନ୍ତି ନବୀନ ପରବାନୀ । ନବୀନ ପାକିସ୍ତାନର ଜଣେ ପ୍ରସିଦ୍ଧ ସ୍ନୁକର ଖେଳାଳି । ସେ ଡିସେମ୍ବର ୨୦୦୬ରେ କତାର ଦୋହାରେ ଆୟୋଜିତ ହୋଇଥିବା ଏସୀୟ ଗେମ୍ସରେ ନବୀନ ପାକିସ୍ତାନରୁ ପ୍ରତିନିଧିତ୍ୱ କରିଥିଲେ।
ବ୍ୟୁରୋ ରିପୋର୍ଟ: ରାଇଜିଂ ଉତ୍କଳ


