ରାଇଜିଂ ଉତ୍କଳ
ଅଯୋଧ୍ୟା ରାମ ମନ୍ଦିର ଉଦ୍ଘାଟନ କାର୍ଯ୍ୟକ୍ରମକୁ ନେଇ ଚାଲିଛି ଭବ୍ୟ ଆୟୋଜନ | ଜାନୁୟାରୀ ୨୨ରେ ହେବାକୁ ଥିବା ଉଦ୍ଘାଟନୀ କାର୍ଯ୍ୟକ୍ରମରେ ୮ ହଜାର ଅତିଥି ଉପସ୍ଥିତ ରହିବେ | ଏଥିରେ ବଡ ବଡ ବ୍ୟବସାୟୀ, ଶିଳ୍ପପତି, ନେତା, ସନ୍ଥ, ସେଲିବ୍ରେଟି ମଧ୍ୟ ସାମିଲ ହେବେ |
ସେହିପରି ବିରୋଧୀ ଦଳ କଂଗ୍ରେସରୁ ସୋନିଆ ଗାନ୍ଧି, ମଲ୍ଲିକାର୍ଜ୍ଜୁନ ଖଡ଼ଗେ, ଲୋକସଭା ବିରୋଧୀ ଦଳ ନେତା ଅଧିର ରଞ୍ଜନ ଚୌଧୁରୀଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି | ଏଥିସହ ପୂର୍ବତମ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଏଚଡି ଦେବଗୌଡାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି | ତେବେ ଏହାରି ଭିତରେ ଏକ ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, କଂଗ୍ରେସ ନେତା ଏହି ଆୟୋଜନରେ ଯୋଗ ଦେବେ ନାହିଁ | ଏଭଳି କିଛି ଅନୁମାନ କରାଯାଉଛି |

ପିଟିଆଇର ରିପୋର୍ଟ ଅନୁଯାୟୀ, ରାମ ମନ୍ଦିର ଟ୍ରଷ୍ଟର ଜଣେ ପ୍ରତିନିଧିମଣ୍ଡଳ ଅନେକ ବିରୋଧୀ ଦଳ ନେତାଙ୍କୁ ନିମନ୍ତ୍ରଣ ପଠାଇଛନ୍ତି | ଆଗକୁ ଆହୁରି ଅନେକ ବିରୋଧୀ ଦଳ ନେତାଙ୍କୁ ନିମନ୍ତ୍ରଣ ମଧ୍ୟ ପଠାଯିବା ସମ୍ଭାବନା ରହିଛି | ରାମ ମନ୍ଦିର କାର୍ଯ୍ୟକ୍ରମ ପାଇଁ ରାଜନୈତିକ ଦଳର ମୁଖ୍ୟଙ୍କୁ ଆମନ୍ତ୍ରିତ କରାଯିବାର ସମ୍ଭାବନା ମଧ୍ୟ ରହିଛି | ଯେଉଁଥିରେ ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ, ବିଏସପି ନେତା ମୁଖ୍ୟ ମାୟାବତୀ, ସିପିଏମ ନେତା ସୀତାରାମ ୟେଚୁରୀ ଏବଂ ସିପିଆଇର ଡି. ରାଜା ସାମିଲ ଅଛନ୍ତି | ରାମ ମନ୍ଦିରର ଉଦଘାଟନୀ ସମାରୋହ ବେଶ୍ ଭବ୍ୟ ଭାବେ ଅନୁଷ୍ଠିତ ହେବାକୁ ଯାଉଛି | ୧୮୦୦ କୋଟି ଟଙ୍କା ବ୍ୟୟରେ ମନ୍ଦିର କମ୍ପ୍ଲେକ୍ସକୁ ନିର୍ମାଣ କରାଯାଉଛି |
ବ୍ୟୁରୋ ରିପୋର୍ଟ: ରାଇଜିଂ ଉତ୍କଳ
Tags: #RisingUtkal #risingutkal #rising #utkal #rammandir #ayodhyarammandir #rammandirayodhya #rammandirinauguration #soniagandhi #mallikarjunkhadge #congress #narendramodi #bjp

