ଆସିଲା ନିର୍ବାଚନ, ବଦଳିବେ ଆପଣଙ୍କ ଅଞ୍ଚଳର ଅଫିସର

ଭୁବନେଶ୍ୱର: ନିର୍ବାଚନର ବିଗୁଲ ବଜାଇଛନ୍ତି, ଭାରତୀୟ ନିର୍ବାଚନ କମିଶନ । ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଏହି ଚିଠି ଲେଖିଛନ୍ତି କମିଶନ । ଯେଉଁମାନେ ନିର୍ବାଚନ କରାଇବେ ଏବଂ ନିର୍ବାଚନରେ ସିଧାସଳଖ ସଂପୃକ୍ତ ରହିବେ, ସେହି ଅଫିସରମାନେ ନିଜ ଜିଲ୍ଲାରେ ରହିପାରିବେ ନାହିଁ । କାରଣ ଏହା ଦ୍ବାରା ନିର୍ବାଚନରେ ପକ୍ଷପାତିତା ହେବା ସମ୍ଭାବନା ଥାଏ । ତେଣୁ କମିଶନ କହିଛନ୍ତି, ନିଜ ଘରୋଇ ଜିଲ୍ଲା କିମ୍ବା ତିନି ବର୍ଷରୁ ଅଧିକ ସମୟ ରହିଥିଲେ, ସେହି ଜିଲ୍ଲାରୁ ସଂପୃକ୍ତ ଅଫିସରଙ୍କୁ ବଦଳି କରାଯିବ ।

୨୪ ଜୁନ୍ ୨୦୨୪ରେ ଶେଷ ହେଉଛି ଚଳିତ ଓଡ଼ିଶା ବିଧାନସଭାର କାର୍ଯ୍ୟକାଳ । ପୁଣି ଓଡ଼ିଶା ଭୋଟ ଦେବ, ଓଡ଼ିଶାରେ ସରକାର ବନିବ, ଦିଲ୍ଲୀରେ ମଧ୍ୟ ସରକାର ଗଠନ ହେବ । ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ନିର୍ବାଚନ କମିଶନ । ପ୍ରଥମ ପଦକ୍ଷେପରେ କମିଶନ, ଅଫିସରମାନଙ୍କୁ ଘରୋଇ ଜିଲ୍ଲାରୁ ହଟାଇବାକୁ ପଦକ୍ଷେପ ନେଇଛନ୍ତି । କାରଣ, ସେହି ଅଫିସରମାନେ ନିର୍ବାଚନ କରାଇବେ ଏବଂ ପୂରା ପ୍ରକ୍ରିୟା ସେହିମାନଙ୍କ ମଧ୍ୟମରେ ସଂପନ୍ନ ହେବ । ତେଣୁ ଏକ ନିରପେକ୍ଷ ନିର୍ବାଚନ ପାଇଁ ନିରପେକ୍ଷ ଅଫିସରର ଭୂମିକା ବହୁ ଗୁରୁତ୍ବପୂର୍ଣ୍ଣ । ସେଥିପାଇଁ ତିନି ବର୍ଷ ଯଦି ଜିଲ୍ଲାରେ ଜଣେ ଅଫିସର କାମ କରୁଥିବେ, ତେବେ ତାକୁ ବଦଳି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ଆସିଲା ନିର୍ବାଚନ, ବଦଳିବେ ଅଫିସର

ନିର୍ବାଚନର ବିଗୁଲ ବଜାଇଛନ୍ତି, ଭାରତୀୟ ନିର୍ବାଚନ କମିଶନ । ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଏହି ଚିଠି ଲେଖିଛନ୍ତି କମିଶନ । ଯେଉଁମାନେ ନିର୍ବାଚନ କରାଇବେ ଏବଂ ନିର୍ବାଚନରେ ସିଧାସଳଖ ସଂପୃକ୍ତ ରହିବେ, ସେହି ଅଫିସରମାନେ ନିଜ ଜିଲ୍ଲାରେ ରହିପାରିବେ ନାହିଁ । କାରଣ ଏହା ଦ୍ବାରା ନିର୍ବାଚନରେ ପକ୍ଷପାତିତା ହେବା ସମ୍ଭାବନା ଥାଏ । ତେଣୁ କମିଶନ କହିଛନ୍ତି, ନିଜ ଘରୋଇ ଜିଲ୍ଲା କିମ୍ବା ତିନି ବର୍ଷରୁ ଅଧିକ ସମୟ ରହିଥିଲେ, ସେହି ଜିଲ୍ଲାରୁ ସଂପୃକ୍ତ ଅଫିସରଙ୍କୁ ବଦଳି କରାଯିବ ।

ପୁଣି ଆସୁଛି ନିର୍ବାଚନୀ ସମୟ । ୨୪ ଜୁନ୍ ୨୦୨୪ରେ ଶେଷ ହେଉଛି ଚଳିତ ଓଡ଼ିଶା ବିଧାନସଭାର କାର୍ଯ୍ୟକାଳ । ପୁଣି ଓଡ଼ିଶା ଭୋଟ ଦେବ, ଓଡ଼ିଶାରେ ସରକାର ବନିବ, ଦିଲ୍ଲୀରେ ମଧ୍ୟ ସରକାର ଗଠନ ହେବ । ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ନିର୍ବାଚନ କମିଶନ । ପ୍ରଥମ ପଦକ୍ଷେପରେ କମିଶନ, ଅଫିସରମାନଙ୍କୁ ଘରୋଇ ଜିଲ୍ଲାରୁ ହଟାଇବାକୁ ପଦକ୍ଷେପ ନେଇଛନ୍ତି । କାରଣ, ସେହି ଅଫିସରମାନେ ନିର୍ବାଚନ କରାଇବେ ଏବଂ ପୂରା ପ୍ରକ୍ରିୟା ସେହିମାନଙ୍କ ମଧ୍ୟମରେ ସଂପନ୍ନ ହେବ । ତେଣୁ ଏକ ନିରପେକ୍ଷ ନିର୍ବାଚନ ପାଇଁ ନିରପେକ୍ଷ ଅଫିସରର ଭୂମିକା ବହୁ ଗୁରୁତ୍ବପୂର୍ଣ୍ଣ । ସେଥିପାଇଁ ତିନି ବର୍ଷ ଯଦି ଜିଲ୍ଲାରେ ଜଣେ ଅଫିସର କାମ କରୁଥିବେ, ତେବେ ତାକୁ ବଦଳି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *