ରାଇଜିଂ ଉତ୍କଳ
ଘଟିଲା ବଡ ଦୁର୍ଘଟଣା | ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ବୁଗୁଡା ଟାକରା ମଧ୍ୟସ୍ଥଳ ଖରଡାପିଟା ଘାଟି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା | ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ଜଣେ ଗୁରୁତର ଆହତ ହୋଇଛନ୍ତି |

ସୂଚନାନୁସାରେ,ବୁଗୁଡା ଟାକରା ମଧ୍ୟସ୍ଥଳ ଖରଡାପିଟା ଘାଟି ନିକଟରେ ବିଳମ୍ବିତ ରାତି ୩ଟା ସମୟରେ ଏକ ଟ୍ରଲର ପଛରେ ଯାତ୍ରୀବାହି ଟ୍ରାଭେଲର ଧକ୍କା ଦେଇଛି | ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି | ମୃତକଙ୍କ ନାମ ତ୍ରୀଲୋଚନ ରାଉତ ଏବଂ ସେ ଆଠଗଢ ଅଞ୍ଚଳର ବୋଲି ସୂଚନା ମିଳିଛି | ଖବର ପାଇଁ ଘଟଣାସ୍ଥଳରେ ଦଶପଲ୍ଲା ଅଗ୍ନିଶମ ବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଡାକ୍ତରଖାନାକୁ ପଠାଇଛନ୍ତି |
ରିପୋର୍ଟ: ରାଇଜିଂ ଉତ୍କଳ
Tags: #risingutkal #risingutkalportal #nayagarhaccident #nayagarh #accidentinnayagarh #nayagarhtraveratralloraccident #accidentaldeath #nayagarhnews #nayagarhaccidenttoday

