ରାଇଜିଂ ଉତ୍କଳ
ସାଧାରଣତଃ ଝିଅମାନେ ନିଜର କେଶ ଝଡ଼ିବାକୁ ନେଇ ସର୍ବଦା ଚିନ୍ତିତ ରହିଥାନ୍ତି | ଏଥିପାଇଁ କେତେବେଳେ କୋଉ ତେଲ କିମ୍ବା ପାର୍ଲର ଯାଇ ବହୁ ଅର୍ଥ ଖର୍ଚ୍ଚ କରିଥାନ୍ତି | ମାତ୍ର କିଛି ପ୍ରଭାବ ପଡିନଥାଏ l ତେବେ କିଛି ପ୍ରାକୃତିକ ଉପାୟରେ ଘରୋଇ ପଦ୍ଧତିରେ ଏକ ଜେଲ ପ୍ରସ୍ତୁତ କରି ବ୍ୟବାହାର କରିବା ଦ୍ୱାରା କେଶର ବୃଦ୍ଧି ହୋଇଥାଏ l ଆସନ୍ତୁ ଜାଣିବା ସେ ବିଷୟରେ….

ଫ୍ଲକ୍ସସିଡ୍ ଏବଂ ଆଲୋଭେରା ଏପରି ଦୁଇଟି ଉପାଦାନ ଯାହା ଆମ ଚର୍ମ ଏବଂ କେଶ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ | ଏହାର ମିଶ୍ରଣରେ ଏକ ସ୍ୱତନ୍ତ୍ର ପ୍ରକାର ଜେଲ୍ ତିଆରି କରି କେଶରେ ପ୍ରୟୋଗ କରାଯାଇପାରିବ | ତେବେ ଏହାର ପ୍ରୟୋଗ ଦ୍ୱାରା କେଶ ଝଡ଼ିବା ଏବଂ ଶୁଷ୍କ କେଶରୁ ମୁକ୍ତି ମଧ୍ୟ ପାଇପାରିବେ | ଏହି ଜେଲ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀଗୁଡ଼ିକ ହେଉଛି ଏକ କପ ପାଣି, ଦୁଇ ଚାମଚ ଫ୍ଲକ୍ସ ମଞ୍ଜି, ଏକ ଚାମଚ ଆଲୋଭେରା ଜେଲ୍ ଏବଂ ଏକ ଚାମଚ ନଡ଼ିଆ ତେଲ | ତେବେ ଏହାକୁ ଘରୋଇ ପଦ୍ଧତିରେ କିପରି ପ୍ରସ୍ତୁତ କରିବେ ଜାଣି ରଖନ୍ତୁ |

ଘରେ ତିଆରି ହେୟାର ଜେଲ ପାଇଁ ପ୍ରଥମେ ଏକ ପାତ୍ରରେ ଗୋଟିଏ କପ୍ ପାଣି ଫୁଟାନ୍ତୁ | ଏଥିରେ ଦୁଇ ଚାମଚ ଫ୍ଲକ୍ସ ମଞ୍ଜି ମିଶାନ୍ତୁ ଏବଂ ଏହାକୁ ୧୦ ମିନିଟ୍ ପାଇଁ ଭଲ ଭାବରେ ଫୁଟାନ୍ତୁ | ଆପଣ ଦେଖିବେ ଯେ ଫ୍ଲକ୍ସ ମଞ୍ଜି ଯୋଗୁଁ ପାଣି ଗାଢ ବା ମୋଟା ହୋଇଯିବ | ପରେ ଏହାକୁ ଏକ ପାତ୍ରକୁ କାଢି ନିଅନ୍ତୁ ଓ ଥଣ୍ଡା ହେବାକୁ ଛାଡିଦିଅନ୍ତୁ | ଏହାପରେ ଗୋଟିଏ ଚାମଚ ଆଲୋଭେରା ଜେଲ, ଗୋଟିଏ ଚାମଚ ନଡ଼ିଆ ତେଲ ଓ ଫ୍ଲକ୍ସ ମଞ୍ଜି ପାଣିରେ ମିଶାଇ ଏହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ | ଯେପରି ଏକ ଜେଲ ପ୍ରସ୍ତୁତ ହୋଇଯିବ | ତେବେ ଆପଣ ଏହି ଜେଲକୁ ଏକ ପାତ୍ରରେ ସଞ୍ଚୟ କରି ବହୁଦିନ ଯାଏ ରଖିପାରିବେ ଏବଂ ଧୋଇବା ପୂର୍ବରୁ କେଶରେ ଲଗାଇ ୧୫ରୁ ୨୦ମିନିଟ ପର୍ଯ୍ୟନ୍ତ ଛାଡିଦେବେ | ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ | ଏପରି ସପ୍ତାହରେ ୨ଥର କରିବା ଦ୍ୱାରା ଆପଣ କେଶ ଝଡ଼ିବା ଓ ରୁପି ସମସ୍ୟାରୁ ମୁକ୍ତି ପାଇପାରେବେ | ଏତଦବ୍ୟତୀତ କେଶର ଲମ୍ବ ମଧ୍ୟ ବୃଦ୍ଧି ହେବ | ଏଥିସହ କେଶକୁ ରେସମୀ କରିବ ଳ
ରିପୋର୍ଟ: ରାଇଜିଂ ଉତ୍କଳ
Tags: #risingutkal #RisingUtkal #Hairproblemandsolution #hairissues #hairsolution #dandruffproblem #aloevera #floxseeds

