ଚିକ୍କଣ ଓ କୋମଳ ତ୍ୱଚା ପାଇଁ ଶୁଖିଲା ଗୋଲାପ || ଏମିତି କରନ୍ତୁ ବ୍ୟବହାର…

ରାଇଜିଂ ଉତ୍କଳ

ପ୍ରିୟ ଫୁଲ କଥା ମନକୁ ଆସିଲେ ପ୍ରାୟତଃ ଲୋକଙ୍କର ଗୋଲପଫୁଲ କଥା ମନକୁ ଆସିଥାଏ lସାଧାରଣତଃ ଗୋଲାପ ସଭିଙ୍କର ଅତି ପ୍ରିୟ ଫୁଲ ହୋଇଥାଏ | ତେବେ ଏହା ରଙ୍ଗବେରଙ୍ଗର ରହିଛି | ପୂଜା ଠାରୁ ଆରମ୍ଭ କରି ଘର ସାଜସଜ୍ଜା ପର୍ଯ୍ୟନ୍ତ ସବୁକିଛିରେ ଗୋଲାପ ଫୁଲ ବ୍ୟବହୃତ ହୁଏ | କିନ୍ତୁ ଶୁଖିବା ପରେ ଲୋକମାନେ ଏହାକୁ ଅଦରକାରୀ ଭାବି ଫୁଲକୁ ଫୋପାଡ଼ି ଦେଇଥାନ୍ତି l ମାତ୍ର ଆଜିର ସମୟରେ ସବୁ ଜିନିଷର ପୁନଃବ୍ୟବହାର ହୋଇପାରୁଛି l ଠିକ ସେହିପରି ଶୁଖିଲା ଗୋଲାପ ନଫୋପାଡ଼ି ତାହାକୁ ମଧ୍ୟ ପୁନଃବ୍ୟବହାର କରାଯାଇପାରିବ |

ଗୋଲାପର ବିଭିନ୍ନ ଉପକାରିତା ମଧ୍ୟ ରହିଛି l ଆସନ୍ତୁ ଶୁଖିଲା ଗୋଲାପର ବିଭିନ୍ନ ଉପକାରିତା ବିଷୟରେ ଜାଣିବା……..

• ସାଧାରଣତଃ ଝିଅମାନେ ନିଜ ଓଠର ଯତ୍ନ ନେବାକୁ ପାର୍ଲର ରେ ବହୁ ଖର୍ଚ୍ଚ କରିଥାନ୍ତି | ତେବେ ଓଠକୁ କୋମଳ ଏବଂ ଗୋଲାପୀ କରିବା ପାଇଁ ଆପଣ ଓଠରେ ଶୁଖିଲା ଗୋଲାପ ଫୁଲରୁ ପ୍ରସ୍ତୁତ ପାଉଡର ଲଗାଇ ପାରିବେ | ୧ ଚାମଚ ଗୋଲାପ ପାଉଡରରେ ମହୁ ମିଶାଇ ଓଠରେ ଲଗାଇ ପାରିବେ | ଏହା ଓଠରେ ସୁନ୍ଦର ଚମକ ଆଣିଥାଏ |

• ଆପଣ ଗୋଲାପ ଫୁଲରୁ ମଧ୍ୟ ପ୍ରାକୃତିକ ଉପାୟରେ ତେଲ ତିଆରି କରିପାରିବେ | ଯାହା ଆପଣ ଚର୍ମକୁ କୋମଳ ଏବଂ ଚମକାଇବା ପାଇଁ ବ୍ୟବହାର କରିପାରିବେ |

• ଶୁଖିଲା ଗୋଲାପରୁ ଆପଣ ଧୂପକାଠି ମଧ୍ୟ ତିଆରି କରିପାରିବେ | ଏବଂ ଘରେ ସୁଗନ୍ଧର ବାତାବରଣ ମଧ୍ୟ ରହିବ |

ରିପୋର୍ଟ: ପୂଜା ରାଣୀ ଦାସ

Tags: #beauty #unusedbeautyproducts #beautyproducts #beautylooks #RisingUtkal

Leave a Reply

Your email address will not be published. Required fields are marked *