ରାଇଜିଂ ଉତ୍କଳ
ଆସନ୍ତା ଫେବ୍ରୁଆରି ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଚାଲିବ | ଏନେଇ ବୁଧବାର ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ସୂଚୀ ଜାରି କରିଛି | ଏନେଇ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି |

ଚଳିତ ବର୍ଷ ସମୁଦାୟ ୫ ଲକ୍ଷ ୫୧ ହଜାର ୬୧୧ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବେ | ଅନୁରୂପ ୩୦୩୭ ପରୀକ୍ଷାର୍ଥୀ ମାଧ୍ୟମା ପରୀକ୍ଷା ଦେବେ | ଏନେଇ ସାରା ରାଜ୍ୟରେ ୨,୯୯୧ଟି ପରୀକ୍ଷା କେନ୍ଦ୍ର ଖୋଲିବ |
ପରୀକ୍ଷା ସକାଳ ୧୦ରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ଚଳିବ | ପରୀକ୍ଷା ଆରମ୍ଭର ୧୫ ମିନିଟ୍ ପୂର୍ବରୁ ବିଦ୍ୟାର୍ଥୀଙ୍କୁ ପ୍ରଶ୍ନପତ୍ର ବଣ୍ଟାଯିବ | ସବୁ ପରୀକ୍ଷା ଗୋଟିଏ ସିଟିଂରେ ହେବ | କେବଳ ଗଣିତ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ ଅଧିକ ୧୫ ମିନିଟର ସମୟ ଦିଆଯିବ | ତେବେ ମାର୍ଚ୍ଚ ୧୫ ତାରିଖରୁ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି |
•ପରୀକ୍ଷା ସୂଚୀ•
ଫେବ୍ରୁଆରୀ ୨୦ – ସାହିତ୍ୟ
ଫେବ୍ରୁଆରୀ ୨୩ – ଇଂରାଜୀ
ଫେବ୍ରୁଆରୀ ୨୬ – ଗଣିତ
ଫେବ୍ରୁଆରୀ ୨୮ – ହିନ୍ଦୀ/ସଂସ୍କୃତ
ମାର୍ଚ୍ଚ ୨ – ବିଜ୍ଞାନ
ମାର୍ଚ୍ଚ ୪ – ସାମାଜିକ ବିଜ୍ଞାନ
ରିପୋର୍ଟ: ରାଇଜିଂ ଉତ୍କଳ
Tags: #MatricBoardExam #Education #10th #BSEOdisha Students #Examination #BSE #Odisha

