ପାଣ୍ଡିଆନଙ୍କୁ ବଡ଼ ଦାୟିତ୍ବ, ମିଳିଲା କ୍ୟାବିନେଟ ମନ୍ତ୍ରୀ ପାହ୍ୟା

ସ୍ବେଚ୍ଛାକୃତ ଅବସର ପରେ ଭି.କେ. ପାଣ୍ଡିଆନଙ୍କୁ ମିଳିଛି ନୂଆ ଦାୟିତ୍ବ । ପାଣ୍ଡିଆନଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ମିଳିଛି । ତାଙ୍କୁ “ନବୀନ ଓଡ଼ିଶା” ଓ “5-T”ର ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଛି । ତେବେ ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାମ କରିବେ । ଏନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ପ୍ରକାଶ ଥାଉକି, ମଙ୍ଗଳବାର 5T ସଚିବ ଶ୍ରୀ ପାଣ୍ଡିଆନ ସ୍ବେଚ୍ଛାକୃତ ଅବସର ନେଇଥିଲେ ।



ନିଜ କାର୍ଯ୍ୟରୁ ଅବସର ନେଇ ଶ୍ରୀ ପାଣ୍ଡିଆନ ଅକ୍ଟୋବର ୨୦ରେ ଆବେଦନ କରିଥିଲେ । ତେବେ ତାଙ୍କର ସ୍ବେଚ୍ଛାକୃତ ଅବସର ଆବେଦନକୁ ଅକ୍ଟୋବର ୨୩ରେ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଥିଲେ | ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିଲେ ଭି. କେ. ପାଣ୍ଡିଆନ । ୨୦୦୦ ବ୍ୟାଚ୍‌ର IAS ଅଫିସର ଭି. କେ. ପାଣ୍ଡିଆନ ମୟୂରଭଞ୍ଜ ଓ ଗଞ୍ଜାମର ଜିଲ୍ଲାପାଳ ଭାବେ କାର୍ଯ୍ୟ ତୁଲାଇଥିଲେ | ୨୦୧୧ରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ସେ ଦାୟିତ୍ବ ନେଇଥିଲେ । ୨୦୧୯, ଜୁଲାଇ ୨୯ରେ 5T ସଚିବ ଭାବେ ଦାୟିତ୍ବ ମଧ୍ୟ ନେଇଥିଲେ | ତେବେ ତାଙ୍କୁ ଏବେ ବଡ଼ ଦାୟିତ୍ବ ଦିଆଯାଇଛି |

VK PANDIYAN



ବ୍ୟୁରୋ ରିପୋର୍ଟ: ରାଇଜିଂ ଉତ୍କଳ

Leave a Reply

Your email address will not be published. Required fields are marked *