ଗାଜା ହସ୍ପିଟାଲ ଉପରେ କିଏ କରିଛି ଆକ୍ରମଣ ? ତଥ୍ୟ ସହିତ ପ୍ରମାଣ ଦେଖାଇଲା ଇସ୍ରାଏଲ ସେନା !

 ଗାଜାର ହସ୍ପିଟାଲ ଉପରେ କିଏ କରିଛି ଆକ୍ରମଣ । ଏହାକୁ ନେଇ କାଦୁଅ ଫିଙ୍ଗା ଚାଲିଥିବା ସମୟରେ ପ୍ରମାଣ ସହ ତଥ୍ୟ ରଖିଲା ଇସ୍ରାଏଲ ସେନା । ଇସ୍ରାଏଲ ଡିଫେନ୍ସ ଫୋର୍ସ ବା ଆଇଡିଏଫର ମୁଖପାତ୍ର ରିୟର ଆଡମିରାଲ ଡାନିଏଲ ହଗାରୀ ଏନେଇ ଅଧିକ ତଥ୍ୟ ଦେଇଛନ୍ତି । ଅଲ ଅଲାହୀ ହସ୍ପିଟାଲ ଉପରେ ଆକ୍ରମଣ ଆଇଡିଏଫ୍ ନୁହଁ ବରଂ ହମାସ ଆତଙ୍କୀ ଗୋଷ୍ଠୀ କରିଥିବା କୁହାଯାଇଛି । ଇସ୍ରାଏଲ ସେନା ମୁଖପାତ୍ର ଦେଇଥିବା ତଥ୍ୟ ଆଧାରରେ ରକେଟ୍ ଲଚିଂ ସମୟରେ ମିସଫାୟାର ହୋଇଯାଇଥିଲା । ମିଡିଆ ରିପୋର୍ଟ ଅନୁସାରେ ଇସ୍ରାଏଲ ସେନା ମଙ୍ଗଳବାର କହିଥିଲା, ପରିଚାଳନା ଏବଂ ଗୁଇନ୍ଦା ଅନୁସନ୍ଧାନର ତଥ୍ୟର ଅନୁଧ୍ୟାନ ପରେ ଏହା ସ୍ପଷ୍ଟ ହୋଇଛି, ଗାଜା ହସ୍ପିଟାଲରେ ଇସ୍ରାଏଲ ସେନା ପକ୍ଷରୁ ଆକ୍ରମଣ ହୋଇନାହିଁ । 


ଗୁଇନ୍ଦା ସୂଚନା ଅନୁସାରେ ଗାଜା ହସ୍ପିଟାଲ ନିକଟରେ ରକେଟ୍ ମାଡ କରୁଥିଲେ ଆତଙ୍କୀ । ଭିଡିଓ ଜାରି କରି ଆଇଡିଏଫ ପକ୍ଷରୁ କୁହାଯାଇଛି ଗାଜାରେ ଆତଙ୍କବାଦୀଙ୍କ ଦ୍ବାରା ରକେଟର ବର୍ଷା କରାଯାଇଥିଲା । ଯାହା ଅଲ ଅଲାହୀ ହସ୍ପିଟାଲ ପାଖରେ ଅତିକ୍ରମ କରିଥିଲା । ଇସ୍ରାଏଲର ଗୁଇନ୍ଦା ସଂସ୍ଥା ପକ୍ଷରୁ ମିଳିଥିବା ତଥ୍ୟ ରକେଟ୍ ମାଡ ପଛରେ ଇସଲାମିକ ଆତଙ୍କୀ ସଂଗଠନକୁ ଇସାରା କରୁଛି । ତେଣୁ ଏହି ଆକ୍ରମଣ ପାଇଁ ଆତଙ୍କୀ ସଙ୍ଗଠନ ହିଁ ଦାୟୀ ବୋଲି ଦାବି କରିଛି ଇସ୍ରାଏଲ ସେନା । ଏହାକୁ ନେଇ ଏକ ଭିଡିଓ ମଧ୍ୟ ଜାରି କରାଯାଇଛି । ଟାଇମସ ଅଫ୍ ଇସ୍ରାଏଲ ରିପୋର୍ଟ ଅନୁସାରେ ହମାସ ଓ ଅନେକ ଆରବ ଦେଶ ଏହି ଆକ୍ରମଣ ପାଇଁ ଇସ୍ରାଏଲକୁ ଦୋଷୀ କହିଛନ୍ତି । ଏହି ଆକ୍ରମଣରେ ପ୍ରାୟ ୫ ଶହ ଲୋକଙ୍କ ଜୀବନ ଯାଇଥିଲା । ଅଲଜଜିରା ପକ୍ଷରୁ ଜାରି ଏକ ଭିଡିଓରେ ଦେଖିବାକୁ ମିଳିଛି ଗାଜା ହସ୍ପିଟାଲ ନିକଟରେ ଏକ ରକେଟ୍ ମିସ୍ ଫାୟାର ହେବାର ଦେଖିବାକୁ ମିଳିଛି ।


ଗାଜା ହସ୍ପିଟାଲ ଉପରେ କିଏ କରିଛି ଆକ୍ରମଣ?

ତଥ୍ୟ ସହିତ ପ୍ରମାଣ ଦେଖାଇଲା ଇସ୍ରାଏଲ ସେନା

ଗାଜା ହସ୍ପିଟାଲ ନିକଟରେ ଆତଙ୍କୀ କରୁଥିଲେ ରକେଟ୍

‘ରକେଟ୍ ମିସ୍ ଫାୟାରରୁ ହସ୍ପିଟାଲରେ ବିସ୍ଫୋରଣ’

Leave a Reply

Your email address will not be published. Required fields are marked *