ବ୍ଲଡ୍‌ ଗ୍ରୁପ କହିଦେବ ଆପଣଙ୍କ ଗୁଣ, ବ୍ୟବହାର, ସ୍ବଭାବ ଆପଣ ଶାନ୍ତ, କଠୋର ନା ଜ୍ଞାନୀ

ସମାଜରେ ଅନେକ ଲୋକଙ୍କ ସହ ରହିଛି ଆପଣଙ୍କ ପରିଚୟ । ଚା’ ଖଟିରୁ ଆରମ୍ଭ କରି ଅଫିସ୍‌ । କେଉଁଠି ସହକର୍ମୀ ତ ଆଉ କେଉଁଠି ବାଲ୍ୟବନ୍ଧୁ ତ ଆଉ କେଉଁଠି ବାନ୍ଧବୀ । ଆପଣଙ୍କ ସହ ମିଶୁଥିବେ, ଭଲ ମନ୍ଦ କଥା ହେଉଥିବେ କିନ୍ତୁ ଭିତରେ ଭିତରେ ଆପଣଙ୍କ ବିରୋଧରେ ଲାଗିଥିବେ । ଏମିତି ଅନେକ ଅଛନ୍ତି, ଯେଉଁମାନେ ଆପଣଙ୍କ ଆଗରେ ଗୋଟେ କଥା ଏବଂ ପଛରେ ଆଉ ଗୋଟେ କଥା କହୁଥିବେ । କେହି ବିଶ୍ବସ୍ତ ହୋଇ ନିଜର ସ୍ବାର୍ଥକୁ ଚରିତାର୍ଥ କରିବା ପାଇଁ ମିଶୁଥିବେ ତ ଆଉ କେହି ଆପଣଙ୍କୁ ଆପଣାର ଭାବୁଥିବେ । ଏମିତିରେ ଆପଣ କାହା ଉପରେ ଟ୍ରଷ୍ଟ କରିବେ, କାହାକୁ ଅବିଶ୍ବାସ କରିବେ ଜାଣିବା ମୁସ୍କିଲ । ତେବେ ଯେମିତି ରୋଗ ଜାଣି ଡାକ୍ତର ଔଷଧ ଦିଅନ୍ତି, ସେମିତି ମଣିଷର ବ୍ଲଡ୍‌ ଗ୍ରୁପ୍‌ରୁ ଆପଣ ସେହି ବ୍ୟକ୍ତିଙ୍କ ବ୍ୟକ୍ତିତ୍ବ ବିଷୟରେ ଜାଣିପାରିବେ । ବ୍ଲଡ୍‌ ଗ୍ରୁପ୍‌ କହିଦେବ ବ୍ୟକ୍ତି କେମିତି । କ’ଣ ରହିଛି ତାଙ୍କର ଗୁଣ । କିଭଳି ବ୍ୟବହାର ?

ମଣିଷ ଶରୀରରେ ମୁଖ୍ୟତଃ ୪ ପ୍ରକାର ବ୍ଲଡ୍‌ ଗ୍ରୁପ ରହିଛି । A, B, AB ଏବଂ O । ଏହା ବ୍ୟତୀତ ଆହୁରି ୮ ପ୍ରକାର ବ୍ଲଡ୍‌ ଗ୍ରୁପ ରହିଛି । ଯେମିତିକି A positive (A+), A negative (A-), B positive (B+), B negative (B-), AB positive (AB+), AB negative (AB-), O positive (O+), O negative (O-) । ଏହି ସବୁ ବ୍ଲଡ୍‌ ଗ୍ରୁପ ମଧ୍ୟରୁ B -ve, AB -ve ଏବଂ AB +ve ବ୍ଲଡ୍‌ ବହୁ କମ୍‌ ଲୋକଙ୍କ ପାଖରେ ଦେଖିବାକୁ ମିଳିଥାଏ । ସେଥିପାଇଁ ଏହି ୩ଟି ବ୍ଲଡ ଗ୍ରୁପକୁ ରେୟାର ବ୍ଲଡ୍‌ ବୋଲି ବି କୁହାଯାଏ । AB-ve ବ୍ଲଡ୍‌ ଗ୍ରୁପ ମାତ୍ର ୧ ପ୍ରତିଶତ ଲୋକଙ୍କ ଠାରେ ଦେଖିବାକୁ ମିଳିଥାଏ । ଏବଂ ‘O ପ୍ଲସ’ ବ୍ଲଡ୍‌ ଗ୍ରୁପକୁ କମନ ବ୍ଲଡ୍‌ ଗ୍ରୁପ ବୋଲି କୁହାଯାଇଥାଏ । କାହିଁକି ନା ‘O ପ୍ଲସ୍‌’ ବ୍ଲଡ ଗ୍ରୁପ ଥିବା ମଣିଷ ଅନ୍ୟ ସମସ୍ତଙ୍କୁ ରକ୍ତ ଦାନ କରିପାରିବ । ତା’ଛଡ଼ା ପିତାମାତାଙ୍କ ଜିନ୍‌ ସହ ବି ରହିଛି ବ୍ଲଡ୍‌ ଗ୍ରୁପ୍‌ର ସମ୍ପର୍କ ।
ବ୍ଲଡ୍‌ ଗ୍ରୁପରୁ ଜାଣିହେବ ବ୍ୟକ୍ତିତ୍ବ । କେମିତି କାହାର ବ୍ୟବହାର ସବୁ କିଛି କହିଦେବ ରକ୍ତ କଣିକା । ଏବେ ଆସନ୍ତୁ ଜାଣିବା କେଉଁ ବ୍ଲଡ୍‌ ଗ୍ରୁପ୍‌ର କ’ଣ ରହିଛି ପ୍ରକୃତି ?
‘O’ ବ୍ଲଡ୍ ଗ୍ରୁପ ଥିବା ମଣିଷମାନେ ଶାନ୍ତିପ୍ରିୟ ସ୍ବଭାବର ହୋଇଥାନ୍ତି । ସେମାନଙ୍କ ଠାରେ ଲିଡରସିପ୍‌ କ୍ବାଲିଟି ରହିଥାଏ । ଏମାନେ ଭାବୁକ ଶ୍ରେଣୀର ହୋଇଥିବା ବେଳେ ପ୍ରତି କ୍ଷେତ୍ରରେ ଭାରି ଆଗ୍ରେସିଭ୍‌ । ଯେଉଁମାନଙ୍କ ଶରୀରରେ ‘O’ ବ୍ଲଡ୍ ଗ୍ରୁପ ରକ୍ତ ପ୍ରବାହିତ ହେଉଛି ସେମାନେ କାହାକୁ ଖାତିର କରିନଥାନ୍ତି । ସବୁ କଥାରେ କନଫିଡେଣ୍ଟ ଥାନ୍ତି । ହେଲେ ଏମାନେ ଭାରି ସ୍ବାର୍ଥପର ପ୍ରକୃତିର ହୋଇଥାନ୍ତି । ଏମାନଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିବା ସମ୍ଭାବନା ବହୁତ କମ୍‌ ରହିଥାଏ । ଏପରିକି ହାର୍ଟ ଆଟାକ୍‌ର ସମ୍ଭାବନା ବି ବହୁ କମ୍‌ ରହିଥାଏ ।
‘A’ ବ୍ଲଡ୍‌ ଗ୍ରୁପ ଥିବା ଲୋକମାନେ ବହୁତ ଦୟାଳୁ ପ୍ରକୃତିର ହୋଇଥାନ୍ତି । ଏମାନେ ବନ୍ଧୁତ୍ବ ସ୍ଥାପନ ପାଇଁ ପୁରା ଫିଟ୍‌ । ବିଶ୍ବାସ ଭାଜନ ହେବା ସହ ପରୋପକାର ପ୍ରକୃତିର ହୋଇଥାନ୍ତି । ଏହି ଗ୍ରୁପର ଲୋକଙ୍କ ଠାରେ ହାର୍ଟ ଆଟାକ୍‌ର ରିସ୍କ ବହୁତ କମ୍‌ ରହିଥାଏ । ଏମାନେ ସ୍ବଚ୍ଛ ଏବଂ ନିର୍ମଳ ଭାବମୂର୍ତ୍ତିର ହୋଇଥାନ୍ତି । A plus ଗ୍ରୁପର ଲୋକେ ସାଧାରଣତଃ ଶାନ୍ତି, ଥଣ୍ଡା ପ୍ରକୃତିର ହୋଇଥିବା ବେଳେ ଏମାନଙ୍କ ଠାରେ ଉପସ୍ଥିତ ବୁଦ୍ଧି ପ୍ରଖର ରହିଥାଏ । କୌଣସି ସମସ୍ୟାରେ ପଡ଼ିବା ପୂର୍ବରୁ ଏମାନେ ସେଥିରୁ ମୁକୁଳିବାର ବାଟ କାଢ଼ି ସାରିଥାନ୍ତି ।
‘B’ ବ୍ଲଡ୍‌ ଗ୍ରୁପର ଲୋକେ ଭାରି କ୍ରିଏଟିଭ୍‌ । ଏହି ରକ୍ତ କଣିକା ଥିବା ଲୋକମାନେ ସାଧାରଣତଃ ସାହିତ୍ୟିକ, କ୍ରିଏଟିଭ ରାଇଟର ହୋଇଥାନ୍ତି । ଉପସ୍ଥାପନା ଶୈଳୀ ଭଲ ରହିଥାଏ । ଭାରି ମାର୍ଜିତ ଏବଂ ସବୁବେଳେ ଆକ୍ଟିଭ ରହିଥାନ୍ତି । ଏହି ବ୍ଲଡ୍‌ ଗ୍ରୁପର ଲୋକମାନେ ସଉକ କରିବାକୁ ଭାରି ଭଲପା’ନ୍ତି । ପ୍ରେମ, ଭଲ ପାଇବା, ଆଦର କରିବା, ସାହାଯ୍ୟ କରିବା ଆଦି ଗୁଣ ଏହି ଶ୍ରେଣୀର ଲୋକଙ୍କ ପାଖରେ ରହିଥାଏ । ଏମାନେ ଦୁର୍ବଳମନା ହେଲେ ମଧ୍ୟ କାହାରି ମନରେ କଷ୍ଟ ଦେବାକୁ ଭଲ ପାଇନଥାନ୍ତି । ବହୁତ କମ୍‌ ରାଗିଥାନ୍ତି । ଆଉ ରାଗିଲେ, ସବୁ ସମ୍ପର୍କ ଭୁଲିଯାଇଥାନ୍ତି ।

Leave a Reply

Your email address will not be published. Required fields are marked *