ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ପାଇଁ ବଢିଲା ଅଡୁଆ I

ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ପାଇଁ ବଢିଲା ଅଡୁଆ । ଲୋକସଭା ଏଥିକ୍ସ କମିଟି ନିକଟରେ ପହଁଚିଛି ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଆଫିଡେଫିଟ୍ ।

ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ପାଇଁ ବଢିଲା ଅଡୁଆ । ଲୋକସଭା ଏଥିକ୍ସ କମିଟି ନିକଟରେ ପହଁଚିଛି ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଆଫିଡେଫିଟ୍ । ଅଭିଯୋଗ ହୋଇଛି ସଂସଦରେ ଅଡାନୀ ଗ୍ରୁପକୁ ନେଇ ପ୍ରଶ୍ନ ପଚାରିବା ପାଇଁ ସାଂସଦ ମହୁଆ ମୈତ୍ର, ବ୍ୟବସାୟୀ ହୀରାନନ୍ଦନୀଙ୍କ ଠାରୁ ଅର୍ଥ ଗ୍ରହଣ କରିଛନ୍ତି । ବିଜେପି ସାଂସଦ ନିଶିକାନ୍ତ ଦୁବେ ଏବଂ ସୁପ୍ରିମକୋର୍ଟ ଓକିଲ ଜୟ ଅନନ୍ତ ଦେହଦ୍ରାଇଙ୍କ ବୟାନ ଶୁଣିବା ପରେ ଆସନ୍ତା ଅକ୍ଟୋବର ୨୬ରେ ସାଂସଦ ମହୁଆ ମୈତ୍ରଙ୍କୁ ସମନ କରାଯିବ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛି ଲୋକସଭା ଏଥିକ୍ସ କମିଟି ।
ସଂସଦରେ ପ୍ରଶ୍ନ ପଚାରିବାକୁ ଲାଞ୍ଚ ନେବା ଅଭିଯୋଗରେ ଏବେ ଅଡୁଆ ଭିତରକୁ ଟାଣି ହୋଇଛନ୍ତି ଟିଏମସିର ଚର୍ଚ୍ଚିତ ସାଂସଦ ମହୁଆ ମୈତ୍ର ।

ମାମଲାର ତଦନ୍ତ କରୁଥିବା ଲୋକସଭା ଏଥିକ୍ସ କମିଟି ପାଖରେ ପହଞ୍ଚିଲା ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ସତ୍ୟପାଠ। ସଂସଦରେ ପ୍ରଶ୍ନ ପଚାରିବା ପାଇଁ ମହୁଆ ମୈତ୍ରା ବ୍ୟବସାୟୀ ହୀରାନନ୍ଦାନୀଙ୍କ ଠାରୁ ଅର୍ଥ ନେଇଥିବା ଅଭିଯୋଗ କରିଥିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ । ଏପରିକି ମହୁଆ ମୈତ୍ରା ହୀରାନନ୍ଦାନୀଙ୍କୁ ତାଙ୍କ ଲୋକସଭା ୱେବସାଇଟର ଆଡି ଓ ପାସୱାର୍ଡ ଦେଇଥିବା ବିଜେପି ସାଂସଦ ଅଭିଯୋଗ କରିଥିଲେ । କୌଣସି ବ୍ୟକ୍ତିଙ୍କୁ ଲୋକସଭା ୱେବସାଇଟର ଲଗ ଇନ୍ ଆଡି ଓ ପାସୱାର୍ଡ ଦେବା ଏକ ଅପରାଧ ବୋଲି କହିଛନ୍ତି ଏଥିକ୍ସ କମିଟିର ମୁଖ୍ୟ ବିନୋଦ ସୋନକର । ଆବଶ୍ୟକ ପଡ଼ିଲେ ସାଂସଦ ମହୁଆ ମୈତ୍ରାଙ୍କୁ ପଚରାଉଚରା କରାଯିବ ବୋଲି ସେ କହିଛନ୍ତି ।

ପୁରା ଘଟଣା କ୍ୟାସ୍ ଫର କ୍ବେରୀକୁ ନେଇ ହୋଇଛି । ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ସିବିଆଇକୁ ସତ୍ୟାପାଠ ପରଠାରୁ ହଠାତ୍ ୟୁ ଟର୍ଣ୍ଣ ନେଇଛି ପୁରା ଘଟଣା । ଏତିକି କୁହାଯାଇପାରିବ ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ପାଇଁ ଅଡୁଆ ବଢିବ । କାରଣ ସତ୍ୟପାଠରେ ଦର୍ଶନ ହୀରାନନ୍ଦାନି କହିଛନ୍ତି ମହୁଆଙ୍କ ସହିତ ତାଙ୍କ ସମ୍ପର୍କ ୨୦୧୭ ମସିହାରୁ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବଦନାମକରିବା ପାଇଁ ଟିଏମସି ନେତ୍ରୀ ଏପରି ଏକ ଉଦ୍ଯମ କରିଥିଲେ । କାରଣ ମୋଦିଙ୍କୁ ଘେରିବାକୁ ବିପକ୍ଷ ମୁଦ୍ଦା ପାଉନଥିବା ବେଳେ, ମହୁଆଙ୍କ ଏ ପ୍ରଶ୍ନବାଣ ସମସ୍ତଙ୍କୁ ଖିଅ ଯୋଗାଇଥିଲା । ପ୍ରଶ୍ନ ଦେବାକୁ ସେ ବ୍ୟବସାୟୀଙ୍କୁ ସହିତ ଲୋକସଭାର ନିଜ ଆଇଡି ଓ ପାସଓ୍ବାର୍ଡ ଦେଇଥିଲେ । ଯଦି ଏହି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ଟିଏମସି ସାଂସଦଙ୍କ ବିରୋଧରେ ଲୋକସଭା ଏଥିକ୍ସ କମିଟିର କାର୍ଯ୍ୟାନୁଷ୍ଠାନ ଏକ ପ୍ରକାର ସ୍ପଷ୍ଟ ।

 

Add Your Heading Text Here

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo.

Leave a Reply

Your email address will not be published. Required fields are marked *