ଟିମ ଇଣ୍ଡିଆକୁ ଝଟକା, ନ୍ୟୁଜିଲାଣ୍ଡ ବିପକ୍ଷ ମ୍ଯାଚରୁ ହାର୍ଦ୍ଦିକ ପାଣ୍ଡ୍ଯା ବାଦ !!

କାହାକୁ ମିଳିବ ଏଣ୍ଟ୍ରି ? କିଏ ନେବେ ହାର୍ଦ୍ଦିକଙ୍କ ସ୍ଥାନ ?

ଟିମ ଇଣ୍ଡିଆକୁ ଶକ୍ତ ଝଟକା । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ଯାଚରୁ ବାଦ ପଡିଛନ୍ତି ଆହତ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ବିସିସିଆଇ ପକ୍ଷରୁ ଏନେଇ ସୂଚନା ଜାରି ହୋଇଛି ।

 

ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି, ଏନସିଏରେ ଚାଲିବ ହାର୍ଦ୍ଦିକଙ୍କ ଚିକିତ୍ସା । ସେଥିପାଇଁ ପୁଣେରୁ ହାର୍ଦ୍ଦିକ ସିଧା ବେଙ୍ଗାଲୁରୁ ଗସ୍ତ କରିଛନ୍ତି । ସେଠାରେ ଡାକ୍ତରଙ୍କ ତତ୍ବାବଧାନରେ ରହି ହାର୍ଦ୍ଦିକ ପାଣ୍ଡ୍ୟା ଚିକିତ୍ସିତ ହେବେ । ବାଂଲାଦେଶ ବିପକ୍ଷ ମ୍ୟାଚ ଚାଲିଥିବା ବେଳେ ନବମ ଓଭର ବୋଲିଂ କଲାବେଳେ ସେ ଆହତ ହୋଇଥିଲେ । ହାର୍ଦ୍ଦିକଙ୍କ ବାମ ଗୋଇଠିରେ ଆଘାତ ଜୋର ଥିବା ସୂଚନା ମିଳିଛି । ଛଟୋଇ ଛଟୋଇ ଯନ୍ତ୍ରଣାରେ ହାର୍ଦ୍ଦିକ ଖେଳ ଅଧାରୁ ପଡ଼ିଆ ଛାଡିଥିଲେ ।

 

ହାର୍ଦ୍ଦିକଙ୍କ ସ୍ଥାନରେ କିଏ ?

() ରବିବାର ଦିନିକିଆ ବିଶ୍ବକପରେ ହେବ ବଡ଼ ଲଢ଼େଇ । ଶକ୍ତିଶାଳୀ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ଉଭୟ ଟିମ୍ ପଏଣ୍ଟ ଟେବୁଲର ପାଖାପାଖିରେ ଥିବାରୁ ସୁପର ସଣ୍ଡେରେ ହେବ ସୁପର ଫାଇଟ୍ । ତେବେ ଭାରତ ପାଇଁ ଚିନ୍ତାର କାରଣ ହୋଇଛି ଆହତ ସମସ୍ୟା । ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବା ପରେ ତାଙ୍କ କାହାକୁ ମିଳିବ ପ୍ଲେଇଂ ଇଲେଭେନରେ ସ୍ଥାନ, ତାକୁ ନେଇ ଲାଗି ରହିଛି ଚର୍ଚ୍ଚା ।

2022

ନ୍ୟୁଜିଲାଣ୍ଡ ବିପକ୍ଷ ଗୁରୁତ୍ବପୂର୍ଣ୍ଣ ମ୍ୟାଚରୁ ବାଦ୍ ପଡିବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଏନେଇ ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯିବା ପରେ ଚିନ୍ତାରେ ପଡିଛନ୍ତି କ୍ୟାପଟେନ୍ ରୋହିତ ଶର୍ମା । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଦଳରେ କାହାକୁ ସ୍ଥାନ ଦେବେ ତାକୁ ନେଇ ଅଡୁଆରେ କ୍ୟାପଟେନ୍ ରୋହିତ । ଦଳରେ ଷ୍ଟାଣ୍ଡ ବାଏରେ ଅଛନ୍ତି ସ୍ପିନ୍ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନ ଏବଂ ମଧ୍ୟକ୍ରମ ହାର୍ଡ ହିଟର ସୂର୍ଯ୍ୟକୁମାର ଯାଦବ । ଦଳରେ ଏବେ ଜାଡେଜା ଓ କୁଲଦୀପ ଘାତକ ସ୍ପିନ୍ ବୋଲିଂ କରୁଛନ୍ତି । ତେଣୁ ହାର୍ଦ୍ଦିକଙ୍କ ବ୍ୟାଟିଂ ଅଭାବ ଦୂର କରିବାକୁ ସୂର୍ଯ୍ୟ କୁମାରଙ୍କୁ ଦଳରେ ସୁଯୋଗ ମିଳିପାରେ । ବୋଲିଂ ସହିତ ବ୍ୟାଟିଂ ଦିଗକୁ ବିଚାରକୁ ନେଲେ ଅଶ୍ବିନୀଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଚୂଡାନ୍ତ ଦଳ ପାଇଁ ଚୟନ କରିପାରନ୍ତି ରୋହିତ । ହାର୍ଦ୍ଦିକଙ୍କ ଆଘାତ ଯେତିକି ସମସ୍ୟା ସୃଷ୍ଟି କରିଛି, ତା ଠାରୁ ତାଙ୍କର ବିକଳ୍ପ ଖେଳାଳି ଚୟନ ଓ ଦଳର ସନ୍ତୁଳନା ରକ୍ଷା କରିବା କ୍ୟାପଟେନ୍ ରୋହିତଙ୍କ ପାଇଁ ଚିନ୍ତାର ବିଷୟ ହେବ ନିଶ୍ଚୟ ।


Leave a Reply

Your email address will not be published. Required fields are marked *