ହେଲଥ ଟିପ୍ସ || ଅଁଳା ଖାଇବେ କାହିଁକି? ଜାଣନ୍ତୁ ୫ ଉପାଦେୟତା…

ଅଁଳାରେ ଔଷଧୀୟ ଗୁଣ ଭରପୂର ରହିଛି | ବହୁ ପୋଷକ ତତ୍ତ୍ୱ ରହିଥିବାରୁ ଏହାର ସେବନ ଶରୀର ପାଇଁ ଅନେକ ଲାଭ ଦେଇଥାଏ | ଯଦି ନିତି ଦିନର ଜୀବନଶୈଳୀରେ ଆପଣ ଗୋଟିଏ ଅଁଳା ସାମିଲ୍ କରନ୍ତି, ତେବେ ଆପଣଙ୍କର ଇମ୍ୟୁନିଟି ତଥା ପ୍ରତିରୋଧକ ଶକ୍ତି ଆଦୌ ଦୁର୍ବଳ ହେବ ନାହିଁ |

ଅଁଳାରେ କେଉଁ ପୋଷାକ ରହିଛି ତତ୍ତ୍ୱ?

ଅଁଳାରେ ପ୍ରଚୁର ପରିମାଣରେ ଭିଟାମିନ୍-ସି ରହିଥାଏ | ଏହା ସହିତ ଫାଇବର, ଫୋଲେଟ୍, ଆଣ୍ଟି-ଅକ୍ସିଡାଣ୍ଟ, ଫସଫରସ୍, ଆଇରନ୍, କାର୍ବସ୍, ଓମେଗା-୩, ମ୍ୟାଗ୍ନେସିୟମ୍ ଏବଂ କ୍ୟାଲସିୟମ୍ ମଧ୍ୟ ମିଳିଥାଏ। ଏ ସମସ୍ତ ପୋଷକ ତତ୍ତ୍ୱ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ |

ଅଁଳା ସେବନର ଉପକାରିତା?

ଅଁଳା ସେବନର ଅଁଳା ଖାଇବା ଦ୍ୱାରା ଚର୍ମ ସମ୍ବନ୍ଧୀୟ ସମସ୍ୟା ଯେପରିକି ଶୁଷ୍କ ଚର୍ମ, ସୂକ୍ଷ୍ମ ରେଖା, ବ୍ରଣ ଭଳି ସମସ୍ୟା କେବେ ବି ହୁଏ ନାହିଁ | ଏହା କେଶର ସ୍ୱାସ୍ଥ୍ୟକୁ ମଧ୍ୟ ଭଲ ରଖିଥାଏ | ଅଁଳା ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢିଥାଏ | କେଶ ଝଡ଼ିବା ଓ ଛିଡିବା ସମସ୍ୟା ଦୂର ହୁଏ ଏବଂ ମୁହଁରେ ଚମକ ଆସେ | ଏଥିରେ ଭିଟାମିନ୍-ସି ଭରପୂର ଥିବାରୁ ପ୍ରମୁଖ ତିନୋଟି ସମସ୍ୟାରୁ ମୁକ୍ତି ମିଳିଥାଏ | ପରିସ୍ରା ସଂକ୍ରମଣକୁ ରୋକିବା ପାଇଁ ଅଁଳା ସେବନ କରାଯାଏ | ଏହା ପରିସ୍ରା ପରିମାଣକୁ ମଧ୍ୟ ନିୟନ୍ତ୍ରଣ କରିଥାଏ | ଏଥି ସହିତ ଏହା ବଦହଜମୀ ସମସ୍ୟାରୁ ବି ମୁକ୍ତି ଦେଇଥାଏ | ଖାଲି ପେଟରେ ଅଁଳା ଖାଇବା ଦ୍ୱାରା ଶରୀର ଭଲ ଭାବରେ ଡିଟକ୍ସ ହୋଇଯାଏ | ମେଟାବୋଲିଜିମ୍ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ | ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ | ଅଁଳା ପାଣି ପିଇବା ଦ୍ୱାରା ଓଜନ ମଧ୍ୟ ନିୟନ୍ତ୍ରଣ ହୋଇଥାଏ | ଏହାଛଡ଼ା ଏହାର ଅନ୍ୟାନ୍ୟ ବହୁ ଉପାଦେୟତା ମଧ୍ୟ ରହିଛି |

ରିପୋର୍ଟ: ରାଇଜିଂ ଉତ୍କଳ

Leave a Reply

Your email address will not be published. Required fields are marked *