ପ୍ରେମିକାଙ୍କ ପାଇଁ ଶିବଙ୍କ ନିକଟରେ କରିଥିଲେ ମାନସିକ। ଉପବାସ କରିଥିଲେ, କଠିନ ମାନସିକ କରି ମନର ମାନସିକୁ ପାଇବା ଶିବଙ୍କ ଭରସାରେ ରହିଥିଲେ। ହେଲେ ଫଳ ହେଲା ଓଲଟା। ତା’ପରେ ମାନସିକ କରିଥିବା ବ୍ୟକ୍ତି ଯାହା କଲେ ଆପଣ ଶୁଣିଲେ ତାଜୁବ ହୋଇଯିବେ। ଦର୍ଶକ ବନ୍ଧୁ ଏମିତି ଏକ ରୋଚକ ଘଟଣାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା । ଜଣେ ଭକ୍ତର କାରନାମା ଦେଖି ଚକିତ ହୋଇଯାଇଛନ୍ତି ଗାଁ ଲୋକ । ଭକ୍ତ ଜଣକ ମନଲାଖି ଝିଅଟିଏ ପାଇଁ ସବୁଦିନ ମନ୍ଦିରକୁ ଯାଇ କରୁଥିଲେ ପୂଜା । ହେଲେ ବାହା ହେବା ପାଇଁ ମିଳିଲାନି ମନ ଚାହୁଁଥିବା ଭଳି ଝିଅ । ଏଥିରେ ଭଗବାନଙ୍କ ଉପରେ ରାଗିଗଲେ ଏହି ଭକ୍ତ । ଆଉ ଭଗବାନଙ୍କ ଉପରେ ଶୁଝାଇଦେଲେ ରାଗ ।
ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର କୋଶାମ୍ୱିରୁ। ମାନସିକ ପୂରଣ ହେଉନଥିବାରୁ ଜଣେ ଯୁବକ ଭଗବାନଙ୍କୁ ଚୋରୀ କରିନେଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ମୁତାବକ ଏହି ଘଟଣା ଚିତ୍ରକୂଟ ମାର୍ଗରେ ଥିବା କୁହ୍ମିଆନ୍ୱା ନିକଟରେ ଥିବା ଭୈରବ ବାବାଙ୍କ ପ୍ରାଚୀନ ଶିବ ମନ୍ଦିରରେ ଘଟିଛି | ଆନନ-ଫାନନ ପୋଲିସ୍ ଷ୍ଟେସନ୍ ଅନ୍ତର୍ଗତ ଏହି ଗ୍ରାମର ଜଣେ ଯୁବକ ଶ୍ରାବଣ ମାସରେ ମାନସିକ ରଖି ପ୍ରତ୍ୟକ ଦିନ ମନ୍ଦିରକୁ ପୂଜାର୍ଚ୍ଚନା କରିବାକୁ ଯାଉଥିଲା । ଗ୍ରାମର ଅନ୍ୟ ଲୋକେ ମଧ୍ୟ ଶିବ ମନ୍ଦିରକୁ ପୂଜା କରିବାକୁ ପ୍ରତ୍ୟେକ ଦିନ ଯାଉଥିଲେ । ସବୁଦିନ ପରି ମାସର ଶେଷ ଦିନ ମଧ୍ୟ ଗାଁ ଲୋକେ ପୂଜା କରିବାକୁ ମନ୍ଦିରରେ ପହଞ୍ଚିଥିଲା । ହେଲେ ମନ୍ଦିରରେ ଭଗବାନ ନଥିଲେ ଅର୍ଥାତ ଗର୍ଭଗୃହ ଭିତରେ ଶିବଲିଙ୍ଗ ନଥିଲା । ଏହା ଦେଖି ସାରା ଅଞ୍ଚଳରେ ହାହାକାର ଖେଳିଗଲା । ଲୋକେ ଚାରିଆଡ଼େ ଶିବଲିଙ୍ଗ ଖୋଜିବାକୁ ଲାଗିଲେ । ହେଲେ କେଉଁଠି ବି ମିଳିଲାନି । ପରେ ଏ ନେଇ ଗାଁ ମୁଖିଆ ଥାନାରେ ଲଖିତ ଅଭିଯୋଗ କଲେ ।
ଅଭିଯୋଗ ପାଇ ପୋଲିସ ମନ୍ଦିରରେ ପହଞ୍ଚି ଆଖପାଖ ଅଞ୍ଚଳର ଲୋକଙ୍କୁ ପଚରା ଉଚରା କରିଥିଲା । ପାଖାପାଖି ୧୦ ଘଣ୍ଟାର ଯାଞ୍ଚ ପରେ ପୋଲିସକୁ ଗାଁର ଜଣେ ଯୁବକ ଛୋଟୁ ଉପରେ ସନ୍ଦେହ ହୋଇଥିଲା । ପୋଲସର ପ୍ରଶ୍ନରେ ହଡ଼ବଡ଼ ହୋଇଯାଇଥିଲା ଛୋଟୁ । ସବୁ ସତ ସତ ମାନିଯାଇଥିଲା । ଶିବ ଲିଙ୍ଗ ଲୁଚାଇଥିବା ସ୍ଥାନର ଠିକଣା ଦେଇଥିଲା ପୋଲିସକୁ । ମନ୍ଦିର ଠାରୁ ୧୦-୧୨ ମିଟର ଦୂରରେ ଏକ ଜମି ନିକଟରେ ଥିବା ଝୁମ୍ପୁଡ଼ିରୁ ଏହି ଶିବଲିଙ୍ଗକୁ ଉଦ୍ଧାର କରିଥିଲା ପୋଲିସ୍ ।
ତେବେ କୁହାଯାଉଛି କି ଶ୍ରାବଣ ମାସରେ ଛୋଟୁ ଭୈରବ ମନ୍ଦିରରେ ପୂଜାର୍ଚ୍ଚନା କରୁଥିଲା । ଖୁବ୍ ଶୀଘ୍ର ବାହାଘର ହୋଇଯିବା ପାଇଁ ମାନସିକ ରଖି ପ୍ରତ୍ୟେକ ଦିନ ସକାଳେ ସନ୍ଧ୍ୟାରେ ମନ୍ଦିର ଯାଉଥିଲା । ହେଲେ ମାସ ସରିବାକୁ ବସିଥିବା ବେଳେ ତାର ମାନସିକ ପୂରଣ ହୋଇନଥିଲା । ଏଥିରେ ନିରାଶ ହୋଇ ସେ ଶିବ ଲିଙ୍ଗକୁ ଗାଏବ କରିଦେଇଥିଲା । ତେବେ ଏହି ଘଟଣାରେ ପୋଲିସ୍ ଛୋଟୁକୁ ଗିରଫ କରିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ: ରାଇଜିଂ ଉତ୍କଳ