ଭୁବନେଶ୍ୱର,୨୨|୧୧: ରାଜ୍ୟରେ 5T ଯୋଜନା ପରେ 5C ଲାଗୁ ହୋଇଛି| ତେବେ 5C କୌଣସି ନୂଆ ସ୍କିମ ଅବା ଯୋଜନା ନୁହେଁ | ଏହା ଏକ ନୂତନ ବିକାଶ ମୂଳକ ଚିନ୍ତାଧାରା |
5C ର ଅର୍ଥ କ’ଣ?
କମ୍ୟୁନିଟି, କନେକ୍ଟ, କୋଲାବରେସନ୍, କ୍ରିଏଟ ଏବଂ କୋପରେସନ ଭଳି ପାଞ୍ଚ ଗୋଟି ଚିନ୍ତାଧାରାକୁ ନେଇ ଏହାକୁ ଲାଗୁ କରାଯାଇଛି |

5C “ମୋ ସ୍କୁଲ ଅଭିଯାନ”ର ଏକ ଅଂଶବିଶେଷ| ଏହା ଜରିଆରେ ବିଦ୍ୟାଳୟ, ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସମେତ ବିଭିନ୍ନ ଆଲୁମିନି ମଧ୍ୟରେ ସୁସମ୍ପର୍କ ସ୍ଥାପନ କରଯାଇ ପାରିବ| ତେବେ ଏବେ ମଧ୍ୟ ରାଜ୍ୟର ସମସ୍ତ ବିଦ୍ୟାଳୟ 5C ଅଧିନରେ କାମ ଚାଲିଥିବା ସ୍କୁଲ ଓ ଗଣଶିକ୍ଷା ସଚିବ ଏସ୍ ଅଶ୍ୱଥି ସୂଚନା ଦେଇଛନ୍ତି | ଅନ୍ୟପକ୍ଷରେ ଏହାକୁ ଆସନ୍ତା ବର୍ଷ ଠାରୁ ଅଧିକ ବ୍ୟାପକ କରାଯିବ ବୋଲି ସୂଚନା ରହିଛି |
ରିପୋର୍ଟ: ରାଇଜିଂ ଉତ୍କଳ

