ରାଜ୍ୟସ୍ତରୀୟ ସଙ୍ଗୀତ ପ୍ରତିଯୋଗିତାରେ ଉଜ୍ଜୋୟନଙ୍କ କମାଲ || ଶୁଭେଚ୍ଛା ଦେଲେ କଲେଜ କର୍ତୃପକ୍ଷ

ନିକଟରେ ଭୁବନେଶ୍ୱର ଠାରେ ରାଜ୍ୟସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି| ଏହି ପରିପ୍ରେକ୍ଷୀରେ ଆୟୋଜିତ ସଙ୍ଗୀତ ପ୍ରତିଯୋଗିତାରେ ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟର ଉଜ୍ଜୋୟନ ମିଶ୍ର ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି| ସଫଳତା ନେଇ କଲେଜ କର୍ତ୍ତୃପକ୍ଷ ଉଜ୍ଜୋୟନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି |

ଉଜ୍ଜୋୟନ ବର୍ତମାନ ଏଫଏମ କଲେଜରେ +୨ ପ୍ରଥମ ବର୍ଷ ବିଜ୍ଞାନ ବିଭାଗର ଛାତ୍ର | ତେବେ ପଢ଼ା ସହ ତାଙ୍କର ସଙ୍ଗୀତ କ୍ଷେତ୍ରରେ ବେଶ ରୁଚି ଓ ଦକ୍ଷତା ରହିଛି | ତେବେ ବୁଧବାର ମହାବିଦ୍ୟାଳୟର ଅଧକ୍ଷ ପ୍ରଦୀପ କୁମାର ରଣା, ଉପାଧ୍ୟକ୍ଷ ଡ. ସନ୍ତୋଷ କୁମାର ରାଉତ, ପ୍ରଶାସନିକ ଅଧିକାରୀ ଡ. ଭାଗବତ ଭୂୟାଁ, ଆକାଡେମିକ ବର୍ଷାର ଅଧ୍ୟାପିକା ସୋନାଲିସା ମହାନ୍ତି, ପରୀକ୍ଷା ନିୟନ୍ତ୍ରକ ଡ. ଅଞ୍ଜନା ବେହେରା ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି | ଅନୁରୂପ ଆକାଉଣ୍ଟ ବର୍ଷାର କୁଞ୍ଜ ବିହାରୀ ମହାନ୍ତି, ଅଧ୍ୟାପିକା ଡ. ବୈଶାଳିନି ପଣ୍ଡା, ଶ୍ରଦ୍ଧାଞ୍ଜଳି ପଣ୍ଡା, ଅନୁପମା ବେହେରା, ସାଇଜିତା ସେଠୀ, ଅଧ୍ୟାପକ ପ୍ରଦୀପ ଗଙ୍ଗାଇଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ତାଙ୍କର ଉଜ୍ଜଳ ଭବିଷତ କାମନା କରିଛନ୍ତି |

ରିପୋର୍ଟ: ରାଇଜିଂ ଉତ୍କଳ

Leave a Reply

Your email address will not be published. Required fields are marked *