ବାଲେଶ୍ଵର,୨୬|୧୧: ଫକୀର ମୋହନ କଲେଜ ପୁରାତନ ଛାତ୍ର ସଂସଦ ପକ୍ଷରୁ ମହାବିଦ୍ୟାଳୟର ବାଣିଜ୍ୟ ଭବନ ପରିସରରେ ସ୍ୱତନ୍ତ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି | ଶନିବାର ଅପରାହ୍ନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଏବଂ ସମ୍ମାନିତ ଅତିଥି ଭାବେ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଘୋଷ ଯୋଗଦେଇ ବକ୍ତବ୍ୟ ରଖିଥିଲେ | ଆଲୁମିନି ହେଉଛନ୍ତି ଶିକ୍ଷାନୁଷ୍ଠାନର ଏବଂ କଲେଜ ବିକାଶରେ ସେମାନଙ୍କ ଭୂମିକା ଆଗ୍ରଗଣ୍ୟ ବୋଲି ପ୍ରସେମାନେ କାଶ କରିଥିଲେ | ପରେ ଆଲୁମିନିର ୧୫ ଜଣ ବରିଷ୍ଠ ସଦସ୍ୟ/ ସଦସ୍ୟାଙ୍କୁ ସମ୍ବର୍ଦ୍ଧିତ କରିଥିଲେ | କଲେଜର ବିକାଶ ନେଇ ସେମାନଙ୍କ ଭୂମିକାକୁ ପ୍ରସଂଶା କରିଥିଲେ | ଏହି ଅବସରରେ କର୍ମକର୍ତ୍ତାମାନେ କୁଳପତି ପ୍ରଫେସର ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ | ବିଶ୍ୱବିଦ୍ୟାଳୟକୁ ରାଜ୍ୟର ସର୍ବୋତ୍ତମ ନାକ ମାନ୍ୟତା କାରଣରୁ ତାଙ୍କୁ ବଧାଇ ଜଣାଇଥିଲେ |

ଆଲୁମିନି ସଭାପତି ଡା. ପ୍ରଭାତ ଚନ୍ଦ୍ର ଚୌଧୁରୀ ସଭାପତିତ୍ୱ କରିଥିଲେ | ସାଂଗଠନିଜ ସମ୍ପାଦକ ଗୋପାଳ ଜେନା ସଭା ପରିଚାଳନା କରିଥିବା ବେଳେ ଉପଦେଷ୍ଟା ଡ. ସୁବାସ ଚନ୍ଦ୍ର ପାତ୍ର ପ୍ରାକ ବକ୍ତବ୍ୟ ରଖିଥିଲେ | ଉତ୍ସବ ପରିପ୍ରେକ୍ଷୀରେ ଡ. ତାରାକାନ୍ତ ନନ୍ଦ, ସତ୍ୟ ନାରାୟଣ ବାରିକ, ଇଂ. ବିଜୟ କୁମାର ବଳିୟାରସିଂ, ରାମପ୍ରସାଦ ପ୍ରଧାନ, ଶରତ ଚନ୍ଦ୍ର ମିଶ୍ର, ସୁରେନ୍ଦ୍ର ପ୍ରସାଦ ଧଳ, ପଦ୍ମଲୋଚନ ଦତ୍ତ, ବିଜୟ କୁମାର ଦାସ, ସୁଧାଂଶୁ ଶେଖର ଭୂୟାଁ, ପ୍ରଣୀତା ମିଶ୍ର, ଦୀନବନ୍ଧୁ ଲେଙ୍କା, ମଧୁସୂଦନ ବେହେରା, କୃଷ୍ଣ ଚନ୍ଦ୍ର ଜେନା, ସତ୍ୟନାରୟଣ ନନ୍ଦ, କମଳାକାନ୍ତ ଆଚାର୍ଯ୍ୟ ପ୍ରମୁଖ ଆଲୁମିନି କର୍ମକର୍ତ୍ତା ସମ୍ବର୍ଦ୍ଧିତ ହୋଇଥିଲେ | କାର୍ଯ୍ୟକ୍ରମ ପରିଚାଳନାରେ କଲ୍ୟାଣୀ ନନ୍ଦ, ରାମଚନ୍ଦ୍ର ସେଠୀ, ସୋଭକର ସାହୁ, ପାର୍ଥସାରଥୀ ଆଶ, ଅନିଲ ପଟ୍ଟନାୟକ, ଦୀପକ ଦାସ, ରମାକାନ୍ତ ମହାନ୍ତି ପ୍ରମୁଖ ସମସ୍ତ ଆଲୁମିନି କର୍ମକର୍ତ୍ତା ସହଯୋଗ କରିଥିଲେ | ସଂସଦର ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ମହାନ୍ତି ଧନ୍ୟବାଦ ଦେଇଥିଲେ |
ରିପୋର୍ଟ: ରାଇଜିଂ ଉତ୍କଳ

