ସିଦ୍ଧେଶ୍ୱର କଲେଜରେ ଏନସିସି ଦିବସ

ବସ୍ତା,୨୬|୧୧|୨୩: ବାଲେଶ୍ୱର ଜିଲ୍ଲା ଅମର୍ଦ୍ଦା ସ୍ଥିତ ସିଦ୍ଧେଶ୍ୱର ମହାବିଦ୍ୟାଳୟରେ ରବିବାର ଏନସିସି ଦିବସ ପାଳିତ ହୋଇଯାଇଛି | କଲେଜ ଅଧ୍ୟକ୍ଷ ଡ. ଅକ୍ଷୟ କୁମାର ପରିଡ଼ାଙ୍କ ତତ୍ତ୍ୱାବଧାନରେ ଏହି ଦିବସ ପାଳିତ ହୋଇଯାଇଛି | ଏହି ପରିପ୍ରେକ୍ଷୀରେ ସିଟିଓ ରାମଚନ୍ଦ୍ର ହେମ୍ବ୍ରମ ଏନସିସି ପତାକା ଉତ୍ତୋଳନ କରିଥିଲେ | କ୍ୟାଡେଟଙ୍କୁ ଦିବସ ପାଳନର ତାତ୍ପର୍ଯ୍ୟ ବଖାଣିଥିଲେ |

ପ୍ଲାଟୁନ କମାଣ୍ଡର ସିନିୟର ଆଣ୍ଡାର ଅଫିସର ରମେଶ ଷଣ୍ଢ, କମ୍ପାନୀ କମାଣ୍ଡର ଐଶ୍ଵଜିତ ସାମଲ ଓ କନକଲତା ସେନାପତି, ପାଇଲଟ୍ କ୍ୟାଡେଟ ତୋଫାନ ବେହେରା ଓ କାଞ୍ଚନ ବେହେରା, ପୁରାତନ କ୍ୟାଡେଟ ରଜତ କୁମାର ମଣ୍ଡଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ଅନୁରୂପ କ୍ୟାଡେଟ ପ୍ରଳୟ, ରାଇମନ, ସୀତା, ଆଜାରୁଦ୍ଦିନ, ରାମ, ଆକାଶ, ବଳରାମ, ନିହାର, ଗୌତମ, ସଞ୍ଜୟ, ଅନନ୍ତ, ପୁଷ୍ପାଞ୍ଜଳି, ଝାନସି, ଗାୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ |

ରିପୋର୍ଟ: ରାଇଜିଂ ଉତ୍କଳ

Leave a Reply

Your email address will not be published. Required fields are marked *