Homeସମ୍ପାଦକୀୟ || ଖବର ଆଗ, ଟ୍ରେଣ୍ଡ ପଛ ସମ୍ପାଦକୀୟ || ଖବର ଆଗ, ଟ୍ରେଣ୍ଡ ପଛ ଖବର ହଜି ଯାଇଛି । ଲୋକଙ୍କ ସ୍ୱାର୍ଥ ପାଇଁ ସମର୍ଥନ ମିଳୁନି । ଖବର ଦବି ଯାଉଛି ଆଉ କେତେବେଳେ କାହା ଚାପରେ ଚେପା ହେଉଛି । ସାମ୍ପ୍ରତିକ ସ୍ଥିତିରେ ସମ୍ୱାଦ ଓ ସାମ୍ୱାଦିକତା ଉପରେ ଅନେକ ଲୋକଙ୍କ ଏପରି ଧାରଣା ଆସିଲାଣି । ବିଶ୍ୱସନୀୟତା ହରାଉଛି ଗଣମାଧ୍ୟମ । ଏହାର କାରଣ ହେଉଛି, ଖବର ଦୁନିଆରୁ ଲୋକଙ୍କ ଖବର ଧୀରେ ଧୀରେ ହଜିବାକୁ ଲାଗିଛି । ଦେଶରେ ସବୁ ଗଣମାଧ୍ୟମ କେଉଁଠି ନା କେଉଁଠି ନିଜକୁ ଅସହଜ ମଣୁଛନ୍ତି ଏବଂ ନିଜର ଅନିଚ୍ଛାରେ ସରକାରଙ୍କ ପକ୍ଷରେ ଖବର ଛାପୁଛନ୍ତି । ତେବେ ଯାହାଙ୍କ ନିକଟରେ ସାମ୍ୱାଦିକତାର ଧର୍ମ ରହିଛି, ଯିଏ ସବୁ ଘଟଣାକୁ ହୃଦୟଙ୍ଗମ କରିପାରେ, ସିଏ ଏହି ଦୌଡ଼ରୁ ବାହାରିଛି । ଲୋକଙ୍କ ସାଥ ଦେବାକୁ ଭିନ୍ନ ନୀତି ଓ ଯୋଜନାର ସାହାରା ନେଇଛି । ଏହି କ୍ରମରେ “ରାଇଜିଂ ଉତ୍କଳ” ମଧ୍ୟ ସଂଘର୍ଷ କରୁଛି । ଜାଣିଛୁ ଆମ ପାଇଁ ଏହା ଏକ ବଡ଼ ଆହ୍ୱାନ, କିନ୍ତୁ ଖବରର ଗହଳି ଭିତରେ ଆପଣଙ୍କ ସ୍ୱରର ସାରଥୀ ହେବାକୁ ଯଥାସାଧ୍ୟ ପ୍ରୟାସ କରିବୁ । “ରାଇଜିଂ ଉତ୍କଳ” ପ୍ରଥମେ ୟୁଟ୍ୟୁବ ଜରିଆରେ ଆପଣଙ୍କ ଖବର ଦେଖାଇଛି । ଏହି କ୍ରମରେ ଏନେକ ଥର ଆମେ ଝୁଣ୍ଟିଛୁ | ଆର୍ଥିକ ଏବଂ ବୈଷୟିକ ସମସ୍ୟା ଆମକୁ ବାଧା ଦେଇଛି | ଏହାପରେ ବି ପୁଣି ଅଣ୍ଟା ସଳଖିଛୁ । ଟ୍ରେଣ୍ଡିଂ ପଛରେ ନୁହେଁ, ବରଂ ଖବର ପଛରେ ଦୌଡ଼ିଛୁ ।ୟୁଟ୍ୟୁବ ପରେ ଆମେ ଏବେ ୱେବସାଇଟରେ ପ୍ରଥମ କରି ପାଦ ଦେଇଛୁ । ଅନୁରୂପ, ଆପଣଙ୍କ ଖବରକୁ ପ୍ରଥମ ଶ୍ରେଣୀରେ ରଖିବା ନେଇ ସର୍ବୋତ୍ତମ ପ୍ରୟାସ କରିବୁ ।ସବୁଠାରୁ ବଡ଼ କଥା ହେଉଛି, ଆପଣମାନେ ହେଉଛନ୍ତି ଆମର ସାମ୍ୱାଦିକ । ଆମେ ସବୁଠି ପହଞ୍ଚି ପାରିବୁନି ସତ, ମାତ୍ର ଆମର ପ୍ରତିନିଧି ଭାବେ ଆପଣ ପ୍ରତି କୋଣରେ ରହିଛନ୍ତି | ଏଣୁ ଆପଣଙ୍କ ଅଞ୍ଚଳରେ ଘଟୁଥିବା ପ୍ରତିଟି ଖବର ଓ ସମସ୍ୟାକୁ ଆମକୁ ଲେଖନ୍ତୁ | ଯାହାକୁ ଗଣମାଧ୍ୟମ ଭାଷାରେ “ନାଗରିକ ସାମ୍ବାଦିକତା” ବୋଲି କୁହାଯାଏ | ତେବେ ଭରସା ରଖନ୍ତୁ, ଆପଣଙ୍କୁ କେବେ ନିରାଶ କରିବୁନି | ଅବଶ୍ୟ ଆପଣ ପଠାଉଥିବା ଖବରର ସତ୍ୟାସତ୍ୟ ପରଖିବୁ, ସାମ୍ବାଦିକତାର ଧର୍ମ ନିଭାଇବୁ | ଏଣୁ ଆପଣ ଆମର ହ୍ଵାଟ୍ସଆପ (+୯୧ ୯୦୪୦୧ ୩୩୯୬୦) ନମ୍ୱରରେ ନିଜ ଅଞ୍ଚଳର ଖବର, ଫଟୋ ଓ ଭିଡିଓ ପଠନ୍ତୁ, ଆମର ଅଭିନବ ଅଭିଯାନରେ ସାମିଲ ହୁଅନ୍ତୁ |ଧନ୍ୟବାଦ ସହରାଇଜିଂ ଉତ୍କଳ ପରିବାର
ପୁଣି ଫେରିଲା କରୋନାର ନୂଆ ଭାରିଆଣ୍ଟ, ସଂକ୍ରମିତଙ୍କ ସଂଖ୍ୟା ୨୧ ଛୁଇଁଲା ରାଇଜିଂ ଉତ୍କଳ ଚିନ୍ତା ବଢାଇଲାଣି କରୋନା | ପୁଣି କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଆସିଥିବା ନେଇ ସୂଚନା ମିଳିଛି | ଭାରିଆଣ୍ଟର ନାମ ଜେଏନ ୧…
ଚାଷୀ ହସିଲେ ଦେଶ ହସିବ ଆଜି ଜାତୀୟ କୃଷକ ଦିବସ ସମାଜ ଓ ସଭ୍ୟତାର ମେରୁଦଣ୍ଡ ହେଉଛି କୃଷି । ଗ୍ରାମୀଣ ଜୀବନର ଆଦ୍ୟ ଓଁକାର କୃଷି । ଆଉ ଏହି କୃଷିର…
ପୁଣି ଜାମ୍ମୁ କାଶ୍ମୀରରେ ଇଣ୍ଟରନେଟ୍ ସେବା ବନ୍ଦ; ସର୍ଚ୍ଚ ଅପରେସନ ଜାରି ରାଇଜିଂ ଉତ୍କଳ ଜାମ୍ମୁ କାଶ୍ମୀରର ୨ଟି ଜିଲ୍ଲା ପୁଞ୍ଚ୍ ଓ ରାଜୌରୀରେ ଠପ୍ ହେଲା ମୋବାଇଲ୍ ଇଣ୍ଟରନେଟ୍ ସେବା | ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ପାଇଁ ଅନିଶ୍ଚିତ…