ଗୃହ ମନ୍ତ୍ରଣାଳୟ ଅଧିନରେ ଥିବା ସଶସ୍ତ୍ର ସୀମା ବଳ(SSB) ସବ୍-ଇନ୍ସପେକ୍ଟର ପଦବୀ ପାଇଁ ଆବେଦନ ଆରମ୍ଭ ହୋଇଛି | ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି | ଆବେଦନ ପ୍ରକ୍ରିୟା ଚାଲୁଥିବା ବେଳେ ବିଜ୍ଞପ୍ତି ପ୍ରକାଶ ପାଇବାର ୩୦ ଦିନ ମଧ୍ୟରେ ପ୍ରାର୍ଥୀ ଆବେଦନ କରିବା ନିମନ୍ତେ ତାରିଖ ଧାର୍ଯ୍ୟ ହୋଇଛି |
ଏନେଇ ୧୯ ଅକ୍ଟୋବର ୨୦୨୩ରୁ ଅନ୍ଲାଇନ୍ ଆବେଦନ ଆରମ୍ଭ ହୋଇଥିବା ବେଳେ ୧୭ ନଭେମ୍ବର ୨୦୨୩ ଆବେଦନ ଶେଷ ତାରିଖ ରହିଛି | ତେବେ ସମୁଦାୟ ୨୧୧ଟି ପୋଷ୍ଟ ନେଇ ଏହି ନିଯୁକ୍ତି ହେବ | ସେଗୁଡିକ ମଧ୍ୟରେ ସବ୍ ଇନ୍ସପେକ୍ଟର (ପାୟନିଅର୍)ରେ ୨୦ଟି, ସବ୍ ଇନ୍ସପେକ୍ଟର (ଡ୍ରାଫ୍ଟମ୍ୟାନ୍)ରେ ୩ଟି, ସବ୍ ଇନ୍ସପେକ୍ଟର (ସଂଚାର)ରେ ୫୯ଟି ଏବଂ ସବ୍ ଇନ୍ସପେକ୍ଟର (ଷ୍ଟାଫ୍ ନର୍ସ ମହିଳା)ରେ ୨୯ଟି ଲେଖାଏଁ ପୋଷ୍ଟ ଖାଲି ରହିଛି |

ପଦ ଅନୁସାରେ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ବା ଅନୁଷ୍ଠାନରୁ 10+2, ଡିଗ୍ରୀ/ଡିପ୍ଲୋମା, ମାଟ୍ରିକୁଲେସନ ଆଦି ରହିଛି | ବୟସ ସୀମା ସର୍ବନିମ୍ନ ୧୮ ବର୍ଷ ରହିଥିବା ବେଳେ ସର୍ବାଧିକ ୩୦ ବର୍ଷ ବୟସର ପ୍ରାର୍ଥୀ/ ପ୍ରାର୍ଥୀନି ଆବେଦନ କରିପାରିବେ | ତେବେ SC/ST ଓ ପୂର୍ବତନ ଚାକିରିଆଙ୍କ କ୍ଷେତ୍ରରେ ୫ ବର୍ଷ, OBC/ EXSMଙ୍କ କ୍ଷେତ୍ରରେ ୩ ବର୍ଷ ଏବଂ PH ପାଇଁ ୧୦ ବର୍ଷର ବୟସ କୋହଳ ରହିଛି | ତେବେ ଏପାଇଁ ଡକ୍ୟୁମେଣ୍ଟ୍ ଯାଞ୍ଚ, ଲିଖିତ ପରୀକ୍ଷା ଓ ଡାକ୍ତରୀ ପରୀକ୍ଷା ରହିଛି |
ତେବେ ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SSBର ଅଫିସିଆଲ୍ ୱେବସାଇଟ୍ ssbrectt.gov.in କୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ SSB Recruitment 2023 Notificationରେ କ୍ଲିକ୍ କରି ଦେଖିପାରିବେ।
ଉପସ୍ଥାପନା: ରାଇଜିଂ ଉତ୍କଳ

