ଓଡ଼ିଆ ଝିଅ ମନୀଷା ପାଢୀଙ୍କୁ ବଡ଼ ନିଯୁକ୍ତି ମିଳିଛି | ଦେଶର ପ୍ରଥମ ମହିଳା ଭାବେ ସେ ଏଡିସି (ADC) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି | ଏପଟେ ଝିଅର ନୂଆ ନିଯୁକ୍ତିରେ ମନୀଷାଙ୍କ ବାପା ମା ଖୁସି ବ୍ୟକ୍ତ କରିଛନ୍ତି |

ମନୀଷା ଏଡିସି ଟୁ ଗଭର୍ଣ୍ଣର ତଥା ମିଜୋରାମ ରାଜ୍ୟପାଳଙ୍କ ADC ଭାବରେ ନିଯୁକ୍ତି ପାଇଛନ୍ତି | ତେବେ ଦେଶର ପ୍ରଥମ ମହିଳା ଏଡିସି ଟୁ ଗଭର୍ଣର ବା ଏଡ୍ ଡି କ୍ୟାମ୍ପ ଭାବେ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି | ପୂର୍ବରୁ ସେ ଭାରତୀୟ ବାୟୁସେନାରେ ସ୍କ୍ୱାଡ୍ରନ୍ ଲିଡର ଭାବେ କାର୍ଯ୍ୟରତ ଥିଲେ | ଭାରତୀୟ ବାୟୁସେନାର ଏଟିସି ବା ଏୟାର ଟ୍ରାଫିକ କଣ୍ଟ୍ରୋଲ ଅଫିସର ଭାବେ କାର୍ଯ୍ୟ କରୁଥିଲେ | ମନୀଷାଙ୍କ ବାପା ମନୋରଞ୍ଜନ ପାଢ଼ୀ ମଧ୍ୟ ହେଉଛନ୍ତି ଜଣେ ପ୍ରାକ୍ତନ ବାୟୁସେନା ଅଧିକାରୀ | ଅନରାରି ଫ୍ଲାଇଂ ଅଫିସର ଭାବେ ସ୍କ୍ବାର୍ଡନ ଲିଡର ମନୀଷାଙ୍କ ବାପା କାର୍ଯ୍ୟରୁ ଅବସର ନେଇଥିଲେ | ତେବେ ଝିଅର ନୂଆ ଦାୟିତ୍ୱକୁ ନେଇ ଉଭୟ ବାପା ଓ ମାଆ ବେଶ ଖୁସି ଓ ଆନନ୍ଦ ବ୍ୟକ୍ତ କରିଛନ୍ତି |
ରିପୋର୍ଟ: ରାଇଜିଂ ଉତ୍କଳ

