ଜାନୁଆରୀ ୨ରୁ ପ୍ରାକ୍ଟିକାଲ, ଫବୃଆରୀ ୧୬ରୁ ଥିଓରୀ
ଭୁବନେଶ୍ୱର,୨|୧୨|୨୩: ଜାନୁଆରୀ ପହିଲାରୁ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ | ଜାନୁଆରୀ ୨ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ୧୬ ଫେବୃଆରୀରୁ ଥିଓରୀ ଆରମ୍ଭ ହେଉଛି |

ଜାନୁଆରୀ ୨ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚଳିବ | ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗରେ ବିଭିନ୍ନ ବିଷୟରେ ପରୀକ୍ଷା ଅନୁଷ୍ଠିତ ହେବ | ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି | ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରାସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଆଇଟି, ଇଲେକ୍ଟ୍ରୋନିକ୍ସ, କମ୍ପ୍ୟୁଟର ସାଇନ୍ସ, ବାୟୋ-ଟେକ୍ନୋଲୋଜି, ପରିସଂଖ୍ୟାନ, ଭୂଗୋଳ, ଭୁତତ୍ତ୍ୱ ବିଜ୍ଞାନ ଆଦି ବିଷୟରେ ପରୀକ୍ଷା ନେଇ ତାରିଖ ଧାର୍ଯ୍ୟ ହୋଇଛି |
ସମାନ ଭାବେ ବାଣିଜ୍ୟ ବିଭାଗର ଆଇଟି, କମ୍ପ୍ୟୁଟର ସାଇନ୍ସ ଏବଂ କଳା ବିଭାଗର ଶିକ୍ଷା, ହୋମ ସାଇନ୍ସ, ଭୂଗୋଳ, ପରିସଂଖ୍ୟାନ, ମନୋବିଜ୍ଞାନ, ଆଇଟି, ନୃତତ୍ତ୍ୱ ବିଜ୍ଞାନ ଆଦି ବିଷୟରେ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ | ଅନୁରୂପ ଭୋକେସନାଲ ପାଠ୍ୟକ୍ରମରେ ପ୍ରାକ୍ଟିକାଲ ପରୀକ୍ଷା ନେଇ ବି ନିର୍ଘଣ୍ଟ ଧାର୍ଯ୍ୟ ହୋଇଛି |

୧୫ ମାର୍କ ବିଶିଷ୍ଟ ବ୍ୟାବହାରିକ ପରୀକ୍ଷା ନେଇ ୨ ଘଣ୍ଟାର ସମୟ ରହିଥିବା ବେଳେ ୬୦, ୩୦ ଓ ୨୦ ମାର୍କ ପାଇଁ ୩ ଘଣ୍ଟାର ସମୟ ନିର୍ଘଣ୍ଟ ରହିଛି | ସେହିପରି ଫେବୃଆରୀ ୧୬ରୁ ଥିଓରୀ ପରୀକ୍ଷା ଆରମ୍ଭ ହେବ | ସମସ୍ତ କେନ୍ଦ୍ରରେ ସିସି ଟିଭି ପରୀକ୍ଷା ବ୍ୟବସ୍ଥା ଯାଞ୍ଚ କରିବ | ତେବେ ପରୀକ୍ଷା ନେଇ ସମ୍ପୂର୍ଣ ସୂଚନା ପରବର୍ତ୍ତୀ ଵିଜ୍ଞାପ୍ତିରେ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି |
ରିପୋର୍ଟ: ରାଇଜିଂ ଉତ୍କଳ

