ଏଫଏମ କଲେଜରେ “ସମନ୍ୱିତ ଯୁବ ବିକାଶ” କାର୍ଯ୍ୟକ୍ରମ || ସୁସ୍ଥ ସମାଜ ଗଠନ ନେଇ ଆହ୍ୱାନ

ଫକୀର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ସମନ୍ବିତ ଯୁବ ବିକାଶ” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି | ଶନିବାର ଯୋଜନା ଅନ୍ତର୍ଗତ ସାଂସ୍କୃତିକ ଉତ୍ସବର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି | ଏହି ପରିପ୍ରେକ୍ଷୀରେ ମଞ୍ଚସ୍ଥ ଅତିଥିଗଣ ସୁସ୍ଥ ସମାଜ ଗଠନ ନେଇ ବିଦ୍ୟାର୍ଥୀଙ୍କୁ ଆହ୍ୱାନ ଦେଇଛନ୍ତି |

କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ସଭାରେ ବିଦ୍ୟାଳୟର ଅଧକ୍ଷ ପ୍ରଦୀପ କୁମାର ରଣା ପରୋହିତ୍ୟ କରିଥିଲେ | ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଶିରୀଶ ଚନ୍ଦ୍ର ଜେନା, ବକ୍ତା ଭାବେ କବି ପ୍ରଶାନ୍ତ ଦାସ, ସମ୍ମାନିତ ଅତିଥି ଭାବେ ଫକୀର ମୋହନ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର ଦିଲ୍ଲୀପ ଘୋଷ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ | ସୁସ୍ଥ ସମାଜ ଗଠନ ସହ ନିଜର ଅନୁଷ୍ଠାନକୁ ଗୌରବମୟ କରିବାକୁ ଆହ୍ୱାନ ଜଣାଇଥିଲେ |

ନୋଡାଲ ଅଫିସର ସହକାରୀ ପ୍ରାଧ୍ୟାପକ ଭାଗବତ ଭୂୟାଁ ଏବଂ ବିଦ୍ୟାଳୟର ଉପାଧ୍ୟକ୍ଷ ଡ. ସନ୍ତୋଷ କୁମାର ରାଉତକାର୍ଯ୍ୟକ୍ରମର ଆଭିମୁଖ୍ୟ କହିଥିଲେ | ଅଧ୍ୟପାକ ଲକ୍ଷ୍ମୀ ନାରାୟଣ ନାୟକ ମଞ୍ଚ ପରିଚାଳନା କରିଥିଲେ | କାର୍ଯକ୍ରମ ସଂଯୋଜିକା ଅଧ୍ୟାପିକା ସୋନାଲିଶା ମହାନ୍ତି ଧନ୍ୟବାଦ୍ ଦେଇଥିଲେ | ଅଧ୍ୟାପକ/ ଅଧ୍ୟାପିକାଙ୍କ ମଧ୍ୟରେ ସୁଜିତ ଦାସ, ବନିତା ମାଝୀ, ଅପର୍ଣ୍ଣା ସେଠି, ପ୍ରିୟଙ୍କା ପତି, ସାଇଜିତା ସେଠୀ, ମିତାଲୀ ରାଉତରାୟ, ପିତାମ୍ବର ବେହେରା ପ୍ରମୁଖ ସହଯୋଗ କରିଥିଲେ | ଏହି ଅବସରରେ ବିଦ୍ୟାର୍ଥୀଙ୍କ ମଧ୍ୟରେ ନୃତ୍ୟ, ସଂଗୀତ, ବକୃତା, ଫୁଡ୍ ଫେୟାର, ରାମ୍ପ ୱାକ ଭଳି ୧୮ ଟି ପ୍ରତିଯୋଗିତା ଆୟୋଜିତ ହୋଇଥିଲା | ସାହସ୍ରାଧିକ ବିଦ୍ୟାର୍ଥୀ ଏଥିରେ ଅଂଶଗ୍ରହଣ କରିଥିଲେ |

ରିପୋର୍ଟ: ରାଇଜିଂ ଉତ୍କଳ

Leave a Reply

Your email address will not be published. Required fields are marked *