Rising Utkal
ଡାଇରିଆ ନେଉଛି ଜୀବନ | ଗତ କିଛିଦିନ ହେବ ରାଉରକେଲାରେ ଡାଇରିଆର ଆତଙ୍କ ରହିଥିବା ବେଳେ ଗୋଟିଏ ଦିନରେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଦୁଇ ଡାଇରିଆ ରୋଗୀଙ୍କ ମୃତ୍ୟୁ ହୋଇଛି |
ସୂଚନାନୁସାରେ, ଗତକାଲି ପୁଡାପଦର ଗାଁର ମୀରା ସାହୁ ନାମକ ଜଣେ ମହିଳା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ | ତେବେ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ମାଲିବାହାଲ ଗାଁର ସନ୍ତୋଷ ମାଝୀ ଆଜି ଭର୍ତ୍ତି ହୋଇଥିବା ବେଳେ ଆଜି ତାଙ୍କ ମୃତ୍ୟୁ ହୋଇଛି | ମୃତକଙ୍କ ପରିବାର ଲୋକ କହିବାନୁସାରେ ସେମାନଙ୍କୁ ଝାଡ଼ାବାନ୍ତି ହୋଇଥିବା ବେଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କରିଛନ୍ତି | ଅନ୍ୟପକ୍ଷରେ ଡାକ୍ତରଙ୍କ କହିବା ଅନୁସାରେ ଡାଇରିଆ ଯୋଗୁ ଭର୍ତ୍ତି ହୋଇଥିବା କହିଥିବା ବେଳେ ଏବେ ବି ଜଣେ ଛୋଟ ଛୁଆ ଭର୍ତ୍ତି ହୋଇଛି | କଣ୍ଟାବାଞ୍ଜି ଅଞ୍ଚଳର ବିଭିନ୍ନ ଗାଁରେ ଏଭଳି ଡାଇରିଆ ହେଉଥିବା ଅଭିଯୋଗ ହେଉଛି |
ରିପୋର୍ଟ: ରାଇଜିଂ ଉତ୍କଳ
Tags: #RisingUtkal #risingutkal #DiarrheaTerror #Kantabanji #Odisha

